ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ବ୍ୟାପୁଛି ଡାଇରିଆ। ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ପଡିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ । ୪ଦିନରେ ୬୯ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହେଲେଣି। ସେହିପରି କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ ବେଳପଡା, ତୁରେକେଲା, ସଲଣ୍ଡି, କୁଇବାହାଲ ଭଳି ଗାଁ ଅଂଚଳରୁ ୩୭ ଜଣ ଡ଼ାଇରିଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କଣ୍ଟାବାଞ୍ଜି ସହରରୁ ଦିନକୁ ପ୍ରାୟ ୧୫ଜଣ ରୋଗୀ ଭର୍ତ୍ତି ହେଉଛନ୍ତି । ଡାକ୍ତରଖାନାରେ ଏବେ ପୁରୁଷ ଓ ମହିଳା ୱାର୍ଡ ମିଶି ୩୦ଟି ବେଡ଼ ରହିଛି । ଅଧିକ ରୋଗୀ ହେବାରୁ ଚିକିତ୍ସା ଯୋଗାଇବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରେ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ ଯୋଗାଇ ଦେବା ସହ ଶଜ୍ୟା ସଂଖ୍ୟା ବଢାଇଲେ ଭଲ ହୁଅନ୍ତା ବୋଲି ମେଡିକାଲ ଅଫିସର କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now