ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ବଲପୁର କଚେରୀ ଛକ ନିକଟରେ ନାଗରିକ କମିଟି ମାନେ ଆନ୍ଦୋଳନ କରିଛନ୍ତି l ରାସ୍ତା ଉପରେ ମହିଳା ମାନେ ଆନ୍ଦୋଳନ କରିଥିଲେ l ବିଚାରପତି ମାନେ ଯେପରି କୋର୍ଟକୁ ନଯିବେ ସେନେଇ ନାଗରିକ କମିଟିର କର୍ମକର୍ତା ମାନେ ବିଚାରପତିମାନଙ୍କୁ ନିବେଦନ କରିଥିଲେ ।
ଦୀର୍ଘ ଦିନରୁ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ଏହାକୁ ନେଇ ଆଜି ସମ୍ବଲପୁର କଚେରୀ ଛକ ନିକଟରେ ପଶ୍ଚିମ ଓଡିଶା ନାଗରିକ କମିଟି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନରେ ସହଯୋଗ କରିବାକୁ ବିଚାରପତିମାନଙ୍କୁ ଅନୁରୋଧ କରାଯାଇଛି। ବିଚାରପତି ମାନେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ସୁଦ୍ଧା ସଫଳ ହୋଇନଥିଲା l
ସେପଟେ ଆଜି ପଶ୍ଚିମ ଓଡ଼ିଶାର ହଜ଼ାର ହଜ଼ାର ଓକିଲ ଲୋକସେବା ଭବନ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି l ସମ୍ବଲପୁର ରେ ମଧ୍ୟ ଆଜି ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରାଯାଇଛି l

Naxatra News is now on Whatsapp
Join and get latest news update delivered to you via whatsapp
Join Now