ଦିଗପହଣ୍ଡି ବସ୍ ଦୁର୍ଘଟଣା : ଦୁର୍ଘଟଣାଗ୍ରସ୍ତ ମିନି ବସ୍ ର ରୁଟ୍ ପରମିଟ୍ କିମ୍ବା ବୀମା ନଥିଲା – ଆରଟିଓ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଲେଜ ଛକ ତଥା ମଉଳା ଭଣଜା ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି । ତେବେ ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ (ଆରଟିଓ) ମାନସ ସାହୁଙ୍କ ସୂଚନା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସେ କହିଛନ୍ତି ଯେ, ଏହି ଦୁର୍ଘଟଣାଗ୍ରସ୍ତ ଘରୋଇ ମିନି ବସ୍ ର ରୁଟ୍ ପରମିଟ୍ କିମ୍ବା ବୀମା ନଥିଲା ।

ଆରଟିଓଙ୍କ ଏହି ସୂଚନା ପରେ ଏହା କିପରି ଚଳାଚଳ କରୁଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଦୁର୍ଘଟଣାଗ୍ରସ୍ତ ଏହି ଘରୋଇ ବସ୍ ର ଫିଟନେସ୍ ସାର୍ଟିଫିକେଟ୍ ଠିକ୍ ଥିଲା ବୋଲି ଆରଟିଓ ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *