ଅଜନ୍ତା ସର୍କସରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ରିହାତି

Spread the love

ଭୁବନେଶ୍ୱର : ଦୀର୍ଘ ୮ବର୍ଷ ପରେ ରାଜଧାନୀ ୟୁନିଟ୍ ୩ ପଦର୍ଶନୀ ପଡ଼ିଆରେ ଚିତାକର୍ଷକ ରୋମାଞ୍ଚକାରୀ ଅଜନ୍ତା ସର୍କସ ଦିନକୁ ଦିନ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି । ଆସନ୍ତା ୨ସପ୍ତାହ ଧରି ହେବାକୁ ଥିବା ଏହି ସର୍କସରେ ସଂଖ୍ୟାତ୍ମକ ଯୁବକଯୁବତୀମାନଙ୍କର ଚିତାକର୍ଷକ ବିପଦପୂଣ୍ଣ ଖେଳ ପ୍ରଦର୍ଶନ କରାଯାଉଛି । ଅନ୍ୟପକ୍ଷରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଟିକଟର ମୂଲ୍ୟ ଶତକଡ଼ା ୫୦% ଛାଡ କରାଯିବା ନେଇ ଶନିବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।

ଅଜନ୍ତା ସର୍କସ୍ ରେ ଆଫ୍ରିକାନ୍, ରଷିଆନ୍, ମଣିପୁରର କଳାକାରମାନେ ଚିତାକର୍ଷକ ଖେଳ ପ୍ରଦର୍ଶନ କରୁଛନ୍ତି । ଏଥିରେ ଫାୟାର ରିଂ, ଫ୍ଲାଇଂ, ଫାୟାର ଡ୍ୟାନ୍ସ, ସାଇକେଲ ଫ୍ଲାଏ, ରିଂ ବାଲାନ୍ସ, ଜୋକର କମେଡ଼ି ସହ ୩୦ପ୍ରକାର ଖେଳ ପଦର୍ଶନ କରାଯାଉଛି । ଏଥିରେ ଗ୍ଲୋବ ମଟର ସାଇକେଲ୍ ରାଇଡ଼୍ ଅଧିକ ଦର୍ଶକଙ୍କୁ ଆକର୍ଷିତ କରୁଛି । ଏହାକୁ ଅଜନ୍ତା ସର୍କସର ମ୍ୟାନେଜର ବୈକୁଣ୍ଠ ପାତ୍ର ଓ ସଞ୍ଜିତ ଘୋଷାଲ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *