ପୋଲିସ କମିସନରେଟ ରେଡ୍ କ୍ରସ୍ ପକ୍ଷରୁ ଏମ୍ସ୍ ରେ ଖାଦ୍ୟ ଓ ଜଳ ବଣ୍ଟନ

Spread the love

ଭୁବନେଶ୍ୱର : ଭାରତୀୟ ରେଡକ୍ରସ୍ ସୋସାଇଟି, ଭୁବନେଶ୍ୱର-କଟକ ପୋଲିସ କମିସନରେଟ ଆଞ୍ଚଳିକ ଶାଖା ପକ୍ଷରୁ ଏମ୍ସ ଡାକ୍ତରଖାନାରେ ଚିକିତ୍ସିତ ଦୁର୍ଘଟଣାଗ୍ରସ୍ତ ଟ୍ରେନ ଯାତ୍ରୀମାନଙ୍କ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଏହା ସହିତ ଶବ ବାହକ ଗାଡିର ଡ୍ରାଇଭର ଓ ସହାୟକମାନଙ୍କୁ ମଧ୍ୟ ପୋଲିସ କମିସନରେଟ ରେଡକ୍ରସ୍ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳ ଦିଆଯାଇଛି । ପୋଲିସ କମିସନରେଟ ରେଡକ୍ରସ୍ର ଅଧକ୍ଷ ତଥା ପୋଲିସ କମିସନର ସୈାମେନ୍ଦ୍ର କୁମାର ପ୍ରୀୟଦର୍ଶୀଙ୍କ ନିଷ୍ପତି କ୍ରମେ ଏହା ପ୍ରଦାନ କରା ଯାଇଥିବା ବେଳେ ଅନୁଷ୍ଠାନର ଯୁଗ୍ମ-ସମ୍ପାଦକ ଡିସି ଲଳିତେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏମ୍ସରେ ମୋଟ ୪୦୦ ଜଣଙ୍କୁ ଅନୁଷ୍ଠାନ ପକ୍ଷରୁ ଉଚ୍ଚକୋଟୀର ଖାଦ୍ୟ ଓ ପାନୀୟ ଜଳ ଠିକ୍ ସମୟରେ ଯୋଗାଇ ଦେଇଥିବାରୁ ଯାତ୍ରୀଙ୍କ ସମ୍ପକୀୟମାନେ ପୋଲିସ କମିସନରେଟ ରେଡକ୍ରସ୍କୁ ସାଧୁବାଦ ଜଣାଇଁଥିଲେ ।

Leave a Reply

Your email address will not be published. Required fields are marked *