ସୁବର୍ଣ୍ଣପୁର ସହରରେ ସ୍ୱତଃ ଲୋକେ କଲେ ଜବରଦଖଲ ଉଚ୍ଛେଦ, ଜିଲ୍ଲାପାଳ ଜଣାଇଲେ ସାଧୁବାଦ୍

Spread the love

ସୁବର୍ଣ୍ଣପୁର : ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଗତ ୧୪ ତାରିଖ ସକାଳେ ସୋନପୁର ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହରର ଡ୍ରେନେଜ, ପରିମଳ ତଥା ପିଇବା ପାଣି ବ୍ୟବସ୍ଥାର ସରଜମିନ ନିରୀକ୍ଷଣ କରି ସ୍ଥିତିର ତୁରନ୍ତ ବ୍ୟବସ୍ଥିତ ପଦକ୍ଷେପ ନେବାକୁ ପୌର ନିର୍ବାହୀ ଅଧିକାରୀ ସୋନପୁରଙ୍କୁ ନିର୍ଦେଶ ଦେଇଥିଲେ । ନିର୍ବାହୀ ଅଧିକାରୀ ପୌରପରିଷଦ ବଡବଜାର ଅଞ୍ଚଳର ମୁଖ୍ୟ ରାସ୍ତାର ଡ୍ରେନ ଉପରେ ଅଥବା ରାସ୍ତାରେ ଏନକ୍ରୋଚ କରିଥିବା ଘର, ବାଡ଼, ତଥା ସିମେଣ୍ଟ ଢାଙ୍କୁଣୀ ପୂର୍ବକ ଜବରଦଖଲ କରିଥିଲେ ସେମାନଙ୍କୁ ଜବରଦଖଲ ହଟାଇବାକୁ ନୋଟିସ କରାଯାଇଥିଲା । ଗୃହ ମାଳିକମାନେ ରାସ୍ତା, ଡ୍ରେନ ତଥା ପରିମଳ ବ୍ୟବସ୍ଥାର ବାସ୍ତବିକତାକୁ ଅନୁଭବ କରି ଜବରଦଖଲ କୁ ସ୍ୱତଃ ମୁକ୍ତ କରିଦେଇଛନ୍ତି । ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତଥା ଗୃହ ଓ ଦୋକାନ ମାଳିକଙ୍କ ଦ୍ୱାରା ସ୍ୱତଃ ଜବରଦଖଲ ହଟାଇ ଅଞ୍ଚଳରେ ଏକ ସୁସ୍ଥ ଓ ସ୍ୱାସ୍ଥ୍ୟକର ପରିବେଶ ପାଇଁ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଥିବାରୁ ଜିଲ୍ଲାପାଳ ରାୟ ଅଞ୍ଚଳ ଅଧିବାସୀଙ୍କୁ ସାଧୁବାଦ ଜଣାଇଛନ୍ତି । ପୁନଶ୍ଚ ସହରର ଅନ୍ୟ ୱାର୍ଡଗୁଡ଼ିକରେ ମଧ୍ୟ ଏତାଦୃଶ କାର୍ଯ୍ୟ ନିମନ୍ତେ ଜନସାଧାରଣ ସ୍ୱତଃ ଆଗେଇ ଆସି ଏକ ସ୍ୱଚ୍ଛ ସୁନ୍ଦର ସହର ଗଠନରେ ଭାଗିଦାର ହେବାକୁ ପ୍ରଶାସନ ତରଫରୁ ଆହ୍ୱାନ କରାଯାଇଛି ।

Leave a Reply

Your email address will not be published. Required fields are marked *