ବାହାନାଗା ହାଇସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ, କହିଲେ ଭଙ୍ଗା ଯାଇ ପାରେ ସ୍କୁଲ ଘର

Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଦେ ଆଜି ବାହାନଗା ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଏହା ପରେ ସ୍କୁଲର ପୁରୁଣା ଘର ଭଙ୍ଗା ଯାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ସ୍କୁଲ ପରିଚାଳନା କମିଟି ସନ୍ଧ୍ୟା ଭିତରେ ଦାବି ଲିଖିତ ଆକାର ଦେବା ପରେ ସରକାର ଙ୍କ ସହ ନିଷ୍ପତି ପରେ ଆଗାମୀ ପଦକ୍ଷେପ ନିଆଯିବ ।

ଅନ୍ୟ ପକ୍ଷରେ ସ୍କୁଲ ବହୁ ପୁରୁଣା ହୋଇ ଯାଇଥିବାରୁ ସମ୍ପୂର୍ଣ୍ଣ ସ୍କୁଲ ଭାଙ୍ଗି ନୂଆ କରି ତିଆରି କରିବା ସହ ଆସବାବପାତ୍ର ବଦଳାଇବାକୁ ଲିଖିତ ଆକାର ରେ ଜଣାଇବୁ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହା ଯାଇଛି ।

Leave a Reply

Your email address will not be published. Required fields are marked *