ଅନ୍ଧ ବିଶ୍ୱାସ ସମାଜ ପାଇଁ କ୍ଷତିକାରକ, ଡାହାଣୀ ପ୍ରଥା ନିରୋଧ ସଚେତନତା ନେଇ ଜିଲ୍ଲାସ୍ତରୀୟ କର୍ମଶାଳା

Spread the love

ଭଦ୍ରକ : ଗୁଣି, ଗାରେଡ଼ି, ଝଡ଼ା ଫୁଙ୍କା, ଡାହାଣୀ ପ୍ରଥା କଳାଯାଦୁ ନଖ ଦର୍ପଣ, ଖଟ ବୁଲା, କୁଲାବିଦ୍ୟା ଆଦି ଭଳି ଅନ୍ଧ ବିଶ୍ୱାସ ପ୍ରଥା ଆମ ସମାଜ ପାଇଁ କେତେ କ୍ଷତି ପହ ।ଇ ଥାଏ ସେ ନେଇ ସଚେତନତା ଓ ନିରାକରଣ ଉଦ୍ଦେଶ୍ୟରେ ଆଜି ବୁଧବାର ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଜରିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଆମ ବିଶ୍ୱାସକୁ କେବେ ଅନ୍ଧବିଶ୍ୱାସ ଦ୍ୱାରା କବଳିତ ହେବାକୁ ଦେବାନାହିଁ ବୋଲି ପରାମର୍ଶ ଦେବା ସହିତ ଡ଼ାହାଣୀ ପ୍ରଥା, ଚେଙ୍କ୍ ଚିକିତ୍ସା, ଗୁଣି, ଗାରେଡ଼ି ଭଳି କୁପରମ୍ପରାରୁ ସମାଜକୁ ମୁକ୍ତ କରିବା ପାଇଁ ତୃଣମୂଳ ସ୍ତରରୁ ସଚେତନତାର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ ମ ପରିଚାଳନା କରିଥିଲେ । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା କ୍ରାଇମ୍ ଡ଼ି.ଏସ୍‌.ପି. ରଶ୍ମିରଞ୍ଜନ ସେନାପତି ଡାହାଣୀ ବୋଲି ଆକ୍ଷେପ କରିବା, ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ଦେବା ଆଇନ୍‌ଗତ ଅପରାଧ ଅଟେ ଏବଂ ଏହି ଅପରାଧ ପାଇଁ ଡାହାଣୀ ହତ୍ୟା ବିରୋଧ ଆଇନ୍ ୨୦୧୩ ବଳରେ ୩ ରୁ ୫, ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବ୍ୟବସ୍ଥା ଥିବା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଡାହାଣୀ ହତ୍ୟା ଜନିତ ଭଦ୍ରକ ଜିଲ୍ଲାରେ କୌଣସି ଘଟଣା ପୋଲିସ୍ ରିପୋର୍ଟ କରାଯାଇ ନଥିବା ସମ୍ବନ୍ଧରେ ମଧ୍ୟ ସେ ପ୍ରକାଶ କରିଥିଲେ । କର୍ମଶାଳାରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀ, ସଂପୃକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କର୍ମକ ର୍ା ଓ ସଦସ୍ୟ ଆଦି ମାନଙ୍କ ସଚେତନତା ଉଦ୍ଦେଶ୍ୟରେ ରିସୋର୍ସ ପର୍ସନ ଭାବେ ଏଥିରେ ଯୋଗ ଦେଇଥିବା ସମାଜ ସେବୀ, ଭଦ୍ରକ ୱାନ୍ ଷ୍ଟପ୍ ସେ ରର ଉପଦେଷ୍ଟା ଲଲାଟେନ୍ଦୁ ମହାନ୍ତି ଦୃଶ୍ୟ ଓ ଶ୍ରାବ୍ୟ ଫଳକ ମାଧ୍ୟମରେ ଏକ ତଥ୍ୟ ଭି ିକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ । ଡାହାଣୀ ପ୍ରଥାର ପ୍ରଚଳନ, ଏ କୁତ୍ସିତ ପ୍ରଥାକୁ ନେଇ ଘଟିଥିବା ଅନେକ ଅଘଟଣର ଇତିହାସକୁ ନେଇ ଆମଦେଶ, ବିଦେଶ ଓ ବିଶେଷ କରି ଆମ ରାଜ୍ୟର ଆଦିବାସୀ ବହୁଳ ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଆଦି ଜିଲ୍ଲାମାନଙ୍କର ତୁଳନାତ୍ମକ ସ୍ଥିତି ଓ ଚିତ୍ର ଉପସ୍ଥାପନ କରିଥିଲେ । ଏ ପ୍ରଥା ସମାଜପାଇଁ କିପରି ହାନି କାରକ, ଏହାର ନିରାକରଣ ପାଇଁ ପ୍ରଣୀତ ଆଇନ୍‌ର କାର୍ଯ୍ୟକାରୀତା ସହିତ ଶିକ୍ଷା ଓ ସଚେତନତା କେତେ ଜରୁରୀ ତାହା ମଧ୍ୟ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ବାଲ୍ୟବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅସିମ୍ ଅମିତାଭ ଦାସ ଏଥିରେ ଯୋଗଦେଇ ଏହି କର୍ମଶାଳାର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେବାସହ ଏହାର ସଫଳତା ପାଇଁ ବିଭାଗୀୟ ସମନ୍ୱୟତାର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ । ସେହିପରି ଅନ୍ୟତମ ସମାନ୍ୱିତ ଅତିଥି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଡାହାଣୀ ପ୍ରଥା ଭଳି ଖରାପ ପରମ୍ପରା ପାଇଁ ମା’ ସହିତ ଶିଶୁମାନେ ବି କିପରି ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୁଅନ୍ତି ପ୍ରକାଶ କରିଥିଲେ । ଏ ସବୁ ବ୍ୟାଧିରୁ ସମାଜକୁ ସୁରକ୍ଷିତ ରଖିବା ପାଇଁ ଶିକ୍ଷା ଏକ ଚାବିକାଠି ବୋଲି କର୍ମଶାଳାରେ ଉପସ୍ଥିତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ବୁଝାଇଥିଲା ବେଳେ ଏଥିରେ ଗଣ ମାଧ୍ୟମର ଭୂମିକା ସମ୍ବନ୍ଧରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଉଲ୍ଲେଖ କରିଥିଲେ । ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ, ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା, ସମସ୍ତ ସି.ଡ଼ି.ପି.ଓ. ପ୍ରମୁଖ ମଧ୍ୟ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *