କମୁଛି ବଂଶଧାରା ନଦୀର ଜଳସ୍ତର

ଲଘୁଚାପ ଜନିତ ବର୍ଷା ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ପ୍ରମୁଖ ନଦୀରେ ବନ୍ୟା ପାଣି ଆସିଥିବାର ସୂଚନା । ସେହିପରି ଆଜି ବର୍ଷା କମିଥିବା ବେଳେ ଫଳରେ ଗୁଣପୁର ବଂଶଧାରା ନଦୀର ଜଳସ୍ତର କମି କମି ଆସୁଥିବା ଜଣାପଡିଛି। ।ଗତକାଲି ଗଜପତି, ରାୟଗଡା, କଳାହାଣ୍ଡି ଜିଲ୍ଲା ସିମାନ୍ତରେ ପ୍ରବଳ ବର୍ଷା ହୋଇଥିଲା। ସମସ୍ତ ନଦୀ ନାଳରେ ବନ୍ୟା ପାଣି ପ୍ରବାହିତ ହୋଇଥିଲା।ସେପଟେ ଗଜପତି ଜିଲ୍ଲା ଅଡବା ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ହରଭଙ୍ଗି ଡ୍ୟାମରୁ ଗୋଟିଏ ଗେଟରେ ପାଣି ନିଷ୍କାସନ କରାଯାଉଛି। ଏଥିପାଇଁ ବଂଶଧାରା ନଦୀ କୁଳିଆ ଲୋକଙ୍କୁ ସାବଧାନ କରାଯାଇଛି।

ଏବଂ ଉଭୟ ଜିଲ୍ଲା ପ୍ରଶାସନ କୁ ବି ସୂଚନା ଦିଆ ଯାଇଛି। ତେବେ ହରଭଙ୍ଗି ଜଳଭଣ୍ଡାରରେ ୯୦ଭାଗ ପାଣି ଭର୍ତ୍ତି ହେବା ପରେ ସୂଇଜ ଗ୍ୟାଟ ମଧ୍ୟରେ ୧୦୪ କ୍ୟୁସେକ୍ ପାଣି ଛଡ଼ା ଯାଉଥିବା ବେଳେ ଜଳ ଭଣ୍ଡାର କୁ ପାଣି ଇନ୍ ଫ୍ଲୋ ବି ହେଉଛି ବୋଲି ହରଭଙ୍ଗି ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।ପ୍ରବଳ ବର୍ଷାରେ ଜଳଭଣ୍ଡାର କ୍ଷମତା ବଡୁଛି।ଏବେ ବି ଡ୍ୟାମରେ ବର୍ଷା ଜାରି ରହିଛି ।ଏଥିପାଇଁ ଜଳଭଣ୍ଡାର ନିର୍ବାହି ଯନ୍ତ୍ରୀ ସ୍ଥିତି ଉପରେ ନଜର ରଖିଛନ୍ତି।

ଏପଟେ ବଂଶଧାରା ନଦୀର ଉପର ମୁଣ୍ଡରେ ବର୍ଷା କମିଛି। ପାଣି ମଧ୍ୟ ଗୁଣପୁର ବଂଶଧାରା ନିକଟରେ ବନ୍ୟାପାଣି ସତର୍କ ତଳେ ପ୍ରଭାବିତ ହେଉଛି।ଏଣୁ କିଛି ବିପଦ ନାହିଁ ହେଲେ ବି ଗୁଣପୁର ପ୍ରଶାସନ ସଜାଗ ରହିଥିବା ତହସିଲଦାର ଶରତ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *