ଚଳିତ ମୌସୁମୀ ଋତୁରେ, ସ୍ଵାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧ ପ୍ରତିଶତ କମ୍

Spread the love

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ, ରାଜ୍ୟରେ ୧ ଜୁନ୍ ରୁ ୪ ଜୁଲାଇ ୨୦୨୩ ମଧ୍ୟରେ ୧୭୧.୭ ମି.ମି. ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ଵାଭାବିକ ବର୍ଷା ୨୪୭.୪ ମି.ମି. ତୁଳନାରେ ୩୧ ପ୍ରତିଶତ କମ୍ ରହିଛି ।

ସେହିପରି ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ଦେବଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୩୩୧.୮ ମି.ମି. ବର୍ଷା ରେକର୍ଡ ହୋଇଛି । ଯାହା ସ୍ଵାଭାବିକ ବର୍ଷା ୨୩୫.୯ ମି.ମି. ତୁଳନାରେ ୪୧ ପ୍ରତିଶତ ଅଧିକ ଏବଂ ରାୟଗଡା ଜିଲ୍ଲାରେ ସର୍ବନିମ୍ନ ୫୬.୭ ମି.ମି. ବର୍ଷା ରେକର୍ଡ ହୋଇଛି ଯାହା ସ୍ଵାଭାବିକ ବର୍ଷା ୨୧୩.୯ ମି.ମି. ତୁଳନାରେ ୭୩ ପ୍ରତିଶତ କମ୍ ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩.୬ ମି.ମି. ବର୍ଷା ରେକର୍ଡ ହୋଇଛି, ଯାହା ସ୍ଵାଭାବିକ ବର୍ଷା ୯.୪ ମି.ମି. ତୁଳନାରେ ୬୨ ପ୍ରତିଶତ କମ୍ ରହିଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *