ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବଡ ନିଷ୍ପତ୍ତି : ଆବଶ୍ୟକ ହେଲେ ବଢ଼ିବ +୨ ସିଟ୍ ସଂଖ୍ୟା

Spread the love

ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ପାସ ହାର ୯୬.୪୦ ପ୍ରତିଶତ ସହ CBSE ଠାରୁ ବି ଅଧିକ ରହିଛି ।  ଯେଉଁଥିରେ ଝିଅମାନେ ପୁଅଙ୍କ ଅପେକ୍ଷା ଭଲ ରେଜଲ୍ଟ ଆମିଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି ଚଳିତ ଶିକ୍ଷାବର୍ଷରେ ଆବଶ୍ୟକ ହେଲେ +୨ ସିଟ୍ ସଂଖ୍ୟା ବଢ଼ି ପାରେ ।

ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ, ସେଠାରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ । ଏଣିକି ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ । ମହାମାରୀକୁ ଦୃଷ୍ଟିରେ ହୋଇଥିବା ଢାଞ୍ଚାକୁ ଖୁବ୍‌ ଶୀଘ୍ର ପରିବର୍ତ୍ତନ କରାଯିବ । ଏହାସହ ଏବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ହେବ । ଏବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ୍ କରିଥିବାରୁ ଏଭଳି ଚିନ୍ତା ଉପୁଯିଛି । ସବୁ ପିଲା +୨ ସିଟ୍ ନପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏଣୁ ଆବଶ୍ୟକ ପଡ଼ିଲେ ସିଟ୍ ବଢାଇବାକୁ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ସୂଚନାଯୋଗ୍ୟ ଯେ,  ଚଳିତ ମାସ ୧୮ ତାରିଖରେ ରାଜ୍ୟ ବୋର୍ଡ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ CBSE ରେଜଲ୍ଟକୁ ପଛରେ ପକାଇଛି ରାଜ୍ୟ ବୋର୍ଡ । ମାଟ୍ରିକ ପାସ୍ ହାର ୯୬.୪୦ ପ୍ରତିଶତ ରହିଥିବାବେଳେ ୩ ହଜାର ୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ରହିଛି । ୪, ୧୫୮ ଜଣ ଛାତ୍ରଛାତ୍ରି A1 ଗ୍ରେଡ୍ ଅର୍ଥାତ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । । ଚଳିତ ବର୍ଷ CBSE ଦଶମ ବୋର୍ଡ ପରୀକ୍ଷାର ପାସ୍ ହାର ୯୩.୧୨% ଥିବା ବେଳେ ଓଡ଼ିଆ ମିଡିଅମ୍ ପରୀକ୍ଷାର୍ଥୀ ଏହାକକୁ ଅତିକ୍ରମ କରିଛନ୍ତି ।

Leave a Reply

Your email address will not be published. Required fields are marked *