ପୁରୀରେ ଉଚ୍ଛେଦ ଉଠାଦୋକାନୀମାନଙ୍କୁ ଥଇଥାନ ଦାବିରେ ନବୀନ ନିବାସ ଘେରାଉ ଉଦ୍ୟମ

Spread the love

ଭୁବନେଶ୍ୱର : ପୁରୀରେ ଉଠାଦୋକାନ ଉଚ୍ଛେଦ ପ୍ରତିବାଦରେ ଶୁକ୍ରବାର ଦିନ ତ୍ରିନାଥ କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ଲୋକନାଥ ବେହେରାଙ୍କ ନେତୃତ୍ୱରେ ଶହ ଶହ ଉଠାଦୋକାନୀ ନବୀନ ନିବାସ ଘେରାଉ ପାଇଁ ଯାଉଥିବା ସମୟରେ ପୋଲିସ୍ ସେମାନଙ୍କୁ ବାଟରେ ଅଟକାଇଥିଲେ । ଏହାପରେ  ସଂଘର ଏକ ପାଂଚ ଜଣିଆ ପ୍ରତିନିଧି ମଣ୍ଡଳୀ ପ୍ରଦିପ୍ତ ନାୟକ, ପ୍ରମୋଦ ନାୟକ, ସୁନିଲ ନାହାକ, ରବିଶଙ୍କର ସାହୁ ଏବଂ ଦିଗାମ୍ବର ଜେନା ପ୍ରମୁଖ ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।

ସିଂହଦ୍ୱାରରୁ ଉଚ୍ଛେଦ ହୋଇଥିବା ଉଠାଦୋକାନୀ ମାନଙ୍କୁ ତୁରନ୍ତ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରିବା, ଉଚ୍ଛେଦ ସମୟରେ ଆପଣ ଦେଇଥିବା ପ୍ରତିଶ୍ରୁତି ୭୫ ମିଟର ପରେ ତୁରନ୍ତ ଥଇଥାନ ବ୍ୟବସ୍ଥା କରାଯାଉ,  ସମସ୍ତ ଉଠାଦୋକାନୀ ମାନଙ୍କୁ ଦ୍ୱିତୀୟ ଥର ସର୍ଭେ କରି ପରିଚୟ ପ୍ରଦାନ କରିବା, ଥଇଥାନ ନହେଲା ପର୍ଯ୍ୟନ୍ତ ଉଠାଦୋକାନୀ ମାନଙ୍କୁ ସିଂହଦ୍ୱାର ନିକଟରେ ଦୋକାନ କରିବା ପାଇଁ ଅନୁମତି ପ୍ରଦାନ ଦେବାଆଦି ୮ ଦଫା ଦାବିକୁ ପୂରଣ କରିବା ପାଇଁ ତ୍ରିନାଥ କ୍ଷୁଦ୍ର ବ୍ୟବସାୟ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅଧିକାରୀ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ଏବଂ ଦାବିଗୁଡ଼ିକ ତର୍ଜମା କରାଯାଇ ୭ ଦିନ ମଧ୍ୟରେ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *