ଚଢେଇ ଧରିବା ପଜିଲା ମହଙ୍ଗା

Spread the love

ମାଲକାନାଗିରି: ଚଢେଇ ଧରିବାବେଳେ ଚାଲିଗଲା ଦୁଇ ନାବାଳକଙ୍କ ଜୀବନ । ଏପରି ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲାରେ । ଦୁଇ ନାବାଳକ ଚଢେଇକୁ ଧରିବା ଇଦ୍ଦେଶ୍ୟରେ ଗଛରେ ଚଢିଥିବାବେଳେ ଘଟିଛି ଏହି ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଯାଇଛି ଦୁଇ ନାବାଳକ ଜୀବନ ।

ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଦୁଇ ନାବାଳକ ଚଢେଇ ଧରିବାକୁ ଗଛରେ ଚଢିଥିଲେ । ସେଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟଙ୍କର ମୃତ୍ୟୁ ଘଟିଛି । ତେବେ  ମୃତକ ଦୁଇହେଲେ କାଲିମେଳା ଥାନା ଅଧୀନ ଉଣ୍ଡୁରୁକୁଣ୍ଡା ଗ୍ରାମର ଚନ୍ଦନ ପଡିଆମି ଓ ମାଙ୍ଗା ମାଡି ।  ଜଣକ ବୟସ 7 ବର୍ଷ ହେଇଥିବାବେଳେ ଅନ୍ୟ ଜଣଙ୍କୁ 9 ବର୍ଷ ହୋଇଥିଲା ।

ସକାଳେ ଉଭୟ ଗଛରେ ଚଢିଥିବାବେଳେ ଗଛମଧ୍ୟ ଦେଇ ଯାଇଥିବା 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଉଭୟ ଗଛ ତଳକୁ ପଡିଯାଇଥିଲେ । ସ୍ଥାନୀୟ ଲୋକେ ନାବାଳକ ଦୁଇକୁ ଗଛତଳେ ପଡିଥିବାର ଦେଖି ସେମାନଙ୍କୁ କାଲିମେଳା ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ ଯେଉଁଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଠି ହୋଇଛି ।

Leave a Reply

Your email address will not be published. Required fields are marked *