ବିଦ୍ୟୁତ୍ ଷ୍ଟ୍ରକଚର କାମ ସରିଛି, କାର୍ଯ୍ୟକ୍ଷମ ହେଉନି, ଉଦଘାଟନକୁ ଅପେକ୍ଷା

Spread the love

ଧର୍ମଶାଳା : ବିଦ୍ୟୁତ ଏବେ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡିଛି । ଏପରିକି ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧ ଏବଂ ମୋବାଇଲଠାରୁ ଆରମ୍ଭ କରି କଳକବ୍ଚା ପାଇଁ ବିଜୁଳି ଦରକାର । କ୍ଷଣକ ପାଇଁ ବିଜୁଳି ଚାଲିଗଲେ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟାଟା ପାୱାର ହାତକୁ ନେବା ପରେ କିଛି ମାତ୍ରାରେ ବିଜୁଳି କାଟରୁ ମୁକ୍ତି ମିଳିିଛି । ତେବେ ଅନେକ ସ୍ଥାନରେ ଏହାର ବହୁ ଦାୟିତ୍ୱ ନେବାରେ ଜରୁରି ହୋଇପଡିଛି । ଯାଜପୁର ଜିଲା ରସୁଲପୁର ବ୍ଲକ ତଥା କୁଆଖିଆ ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା ବ୍ରହ୍ମବରଦା ଏକ ଗୁରୁତ୍ୱ ପୁର୍ଣ୍ଣ ଅଂଚଳଭାବେ ପରିଚିତ । ଏଠାରେ ସ୍ଥାନୀୟ ୧୫ରୁ ଉର୍ଦ୍ଧ ଏବଂ ୧୦ ହଜାରୁ ଉର୍ଦ୍ଧ ଉପଭୋକ୍ତ ବିଦ୍ୟୁତ ଉପରେ ନିର୍ଭରଶୀଳ । ଏହି ସ୍ଥାନଟି ବିଜୁଳି ପାଇଁ ୨୦ କିଲୋମିଟର ଦୂରରେ ଥିବା ସୁଜନପୁର ଷ୍ଟ୍ରକଚର ଉପରେ ନିର୍ଭର କରିଥାଏ । ଅନେକ ସମୟରେ ସାମାନ୍ୟ ତୃଟି ଓ ବର୍ଷା ପବନ ହେଲେ ବିଜୁଳି ସେବା ସମ୍ପୂର୍ଣ୍ଣଭାବେ ଠପ୍ ହୋଇଯାଏ । ଏହାକୁ ଦୃଷ୍ଟିରେ ରଖି ଉପଭୋକ୍ତମାନେ ବ୍ରହ୍ମବରଦାଠାରେ ଏକ ଷ୍ଟ୍ରକଚର ପାଇଁ ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା । ବିଭାଗୀୟ ଅଧିକାରୀ ଓ ବିଧାୟକ ଶ୍ରୀଯୁକ୍ତ ନାୟକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୮ ମସିହାରେ ବ୍ରହ୍ମବରଦା କଲେଜଛକ ନିକଟରେ ଶୁଭଶିଳାନ୍ୟାସ କରିଥିଲେ । ଏବେ ଏହି ଷ୍ଟ୍ରକଚର ସମ୍ପୂର୍ଣ୍ଣ କାମ ସରିଯାଇଥିବା ବେଳେ ଏବେ କାର୍ଯ୍ୟକ୍ଷମ ନ ହୋଇ ପଡି ରହିଛି । ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବାରମ୍ବାର ବିଜୁଳି କାଟ ହେବାରୁ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁଜନପୁର ଷ୍ଟ୍ରକଚର ଉପରେ ବାରମ୍ବାର ଓଭର ଲୋଡ ପଡିବାରୁ ବିଜୁଳି ସମସ୍ୟା ହେଉଥିବା ନେଇ ବିଦ୍ୟୁତ କର୍ମଚାରୀ ଉପଭୋକ୍ତମାନଙ୍କୁ କହି ଚାଲିଛନ୍ତି । ଷ୍ଟ୍ରକଚର ନିର୍ମାଣ ହୋଇ ସାରି ପଡି ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷେ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ କେବଳ ଉଦଘାଟନକୁ ଅପେକ୍ଷା କରାଯାଇଥିବା ନେଇ ଉପଭୋକ୍ତାମାନଙ୍କୁ ଶୁଣିବାକୁ ମିଳୁଛି । ତେବେ ଏହି ନିର୍ମାଣଧିନ ଷ୍ଟ୍ରକଚର କେବେ କାର୍ଯ୍ୟକ୍ଷମ ହୋବ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *