ହାତୀ ଆକ୍ରମଣରେ ବନ ବିଭାଗ କର୍ମଚାରୀ ମୃତ

ରାତିରେ ଦନ୍ତା ହାତୀ ଆକ୍ରମଣରେ ବନ ବିଭାଗର  ଏଲିଫ୍ୟାଣ୍ଟ ସ୍ବାର୍ଡର  ଜଣେ କର୍ମଚାରୀ ଙ୍କ ମୃତ୍ୟୁ ହୋଇଯାଇଛି । ଡିଏଫଓ ଙ୍କ ସୂଚନା ଅନୁସାରେ ବର୍ତ୍ତମାନ କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ୨୦୬ ଟି ବଣୁଆ ହାତୀ ଥିବା ବେଳେ ଗତ କିଛି ଦିନ ଧରି ଏକ ୬ ଟିକିଆ ହାତୀ ପଲ ନରଣପୁର ସେକ୍ସନ ଅଞ୍ଚଳରେ ଡେରା ପକାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ୬ ଟିକିଆ ହାତୀ ପଲ ଝାରବେଡା ଗ୍ରାମ ନିକଟରେ ଥିବାବେଳେ ଲୋକଙ୍କ ଚାଷ ବିଲରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ଫସଲ ରକ୍ଷା କରିବା ପାଇଁ ହାତୀ ଘଉଡା ସ୍କାର୍ଡର କର୍ମଚାରୀ ହାତୀଙ୍କୁ ଘଉଡାଉଥିବା ବେଳେ ଦନ୍ତା ଆକ୍ରମଣରେ ଗୁରୁତର ଆଘାତ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *