କରଞ୍ଜିଆ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ

Spread the love

ବାରିପଦା : ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏହି ପଲରେ ୨୩ଟି ହାତୀ ରହିଛନ୍ତି । ଗତ ୪ ଦିନ ତଳେ ବିଳମ୍ବିତ ରାତିରେ ବୈତରଣୀ ନଦୀ ପାର୍ ହୋଇ ଏହି ହାତୀପଲ ଚମ୍ପୁଆ ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡକୁ ପ୍ରବେଶ କରିଥିଲେ । ଏବେ ଏହି ହାତୀପଲ ଦୁଧିଆଳି ରେଞ୍ଜର ଡୁଙ୍ଗୁରିଆ ଗ୍ରାମ୍ୟ ଜଙ୍ଗଲରେ ରହିଥିବା ସୂଚନା ମିଳିଛି ।

ରରୁଆଁ ବ୍ଲକର ବଡକେଶରୀ ଗ୍ରାମରେ ପଶି ହାତୀପଲ ୨ଟି ଘର ଭାଙ୍ଗିବା ସହ ଦଳିଚକଟି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଧାନଘରବେଢ଼ା ଏବଂ ହଳଦିଆ ଗ୍ରାମରେ ଗୋଟିଏ ଲେଖାଏଁ ଘର ଭାଙ୍ଗିଛନ୍ତି । ଫଳରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଆଖପାଖ ଅଞ୍ଚଳର ପ୍ରାୟ ୪୦ଟି ଗ୍ରାମର ଲୋକେ । ବର୍ତ୍ତମାନ ଅଣଗେଜେଟେଡ୍ ବନ କର୍ମଚାରୀଙ୍କ ସହିତ ପ୍ରୋଟେକ୍ସନ ଆସଷ୍ଟାଂଟ କର୍ମଚାରୀ ଧାରଣା ଦେଇଥିବାରୁ ହାତୀ ଘଉଡାଇବାକୁ ନାହାଁନ୍ତି କର୍ମଚାରୀ । ଯାହାକୁ ନେଇ ସମସ୍ୟା ଉପୁଜିଛି । ତେବେ ବନ ବିଭାଗ ପକ୍ଷରୁ କିଛି କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

Leave a Reply

Your email address will not be published. Required fields are marked *