ଓଡ଼ିଶା

ସରକାରୀ ଯୋଜନାକୁ ନେଇ ହବିଷ୍ୟାଳିଙ୍କ ମଧ୍ୟରେ ଖୁସି

ପୁରୀ: ଚାଲିଛି ପୁଣ୍ୟ ମାସ କର୍ତ୍ତିକ ମାସ । ଏହି ମାସରେ ଶ୍ରୀ କ୍ଷେତ୍ରରେ ଲାଗିଛି ବେଶ ଗହଳି ଚହଳି। ତେବେ ବ୍ରତଧାରୀମାନେ ପୁରୀ ରହି ବ୍ରତ ପାଳନ କରୁଛନ୍ତି । ଏହା ସହ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଦ୍ୱାରା ହବିଷ୍ୟାଳିଙ୍କ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଛି ।

ଚାଲିଛି କାର୍ତ୍ତିକ ମାସ । ଏହି ପୂଣ୍ୟର ମାସରେ ଶ୍ରୀକ୍ଷେତ୍ରରେ ଲାଗିରହିଛି ବେଶ ଗହଳି ଚହଳି । ବ୍ରତଧାରୀମାନେ ପୁରୀରେ ରହି ବ୍ରତ ପାଳନ କରିବା ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ରାଧା ଦାମୋଦର ପୂଜା କରିଥାନ୍ତି । ତେବେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ହବିଷ୍ୟାଳି ଯୋଜନାରେ ପଖାପଖି ୩ହଜାର ବ୍ରତଧାରୀ ପୁରୀରେ ରହିବା ଓ ମହାପ୍ରସାଦ ସେବନ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରିବାର ସୁଯୋଗ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । ତେବେ ହବିଷ୍ୟାଳି ମାନେ କିପରି ଶୃଙ୍ଖଳାର ସହ ବ୍ରତ ପାଳନ କରିବେ ସ୍ୱାସ୍ଥ୍ୟ ଓ ପରିମଳ ଆଦି ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ।  

ସେହିପରି କାର୍ତ୍ତିକ ବ୍ରତଧାରୀମାନଙ୍କ ପାଇଁ ପୁରୀ ସହର ମଧ୍ୟରେ ୫ଟି ସ୍ଥାନରେ ହବିଷ୍ୟାଳି ଶିବିର କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ୱ ବ୍ରତଧାରୀମାନେ ରେଜିଷ୍ଟ୍ରେସନ କରି ସରକାରଙ୍କ ଯୋଜନାର ସୁଯୋଗ ପାଇବା ସହ ମହା କାର୍ତିକ ମାସରେ ବ୍ରତ ପୂଜା କରି ବେଶ ଆନଦ ଲାଭ କରିଛନ୍ତି । ଅନ୍ୟପଟେ ବିଭିନ୍ନ ହବିଷ୍ୟାଳି ଶିବିର ରେ ବ୍ରତ ଧାରୀଙ୍କ ଙ୍କ ନିମନ୍ତେ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପୋଲିସ ସହାୟତା କେନ୍ଦ୍ର ସହ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି ।

ଦୀର୍ଘ ଦୁଇ ବର୍ଷ ପରେ ହବିଷ୍ୟାଳିମାନେ ପୁରୀ ରହି ବ୍ରତ ପାଳନ କରୁଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହବିଷ୍ୟାଳି।

ପିଣ୍ଟୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button