୪୯ ନମ୍ବର ଜାତୀୟ ରାଜପଥ ଉପରେ ୨୭ ଟିକିଆ ହାତୀପଲ। ଉଭୟ ପାର୍ଶ୍ଵରେ ଅଟକିଲା ଶତାଧିକ ଯାନବାହାନ। ଏଥିସହ ହାତୀ ଦେଖିବାକୁ ଲାଗିଲା ଲୋକଙ୍କ ଭିଡ଼। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ବୁଧବାର ସକାଳେ ଏକ ୨୭ ଟିକିଆ ହାତୀପଲ ଧସେଇ ପଶିଛନ୍ତି। ହାତୀପଲ ସଦର ରେଞ୍ଜ ରୁ ଆସି ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ବାଉଁଶୁଳି ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ପାର ହୋଇ ଗୋଡି ପୋଖରୀ ଗାଁକୁ ଧସେଇ ପଶିଛନ୍ତି। ରାଜପଥ ଉପରେ ହାତୀପଲ ରାସ୍ତା ପାର ହେଉଥିବାରୁ, ଏହି ରାସ୍ତାରେ କିଛି ସମୟ ପାଇଁ ଯାନବାହାନ ଅଟକି ରହିଥିଲା। ଯିବା ବାଟରେ ହାତୀପଲ ବ୍ୟାପକ ପାଚିଲା ଧାନ ମାଡି ନଷ୍ଟ କରିବା ସହ ଅମଳ ପାଇଁ ରଖା ଯାଇଥିବା ଶହ ଶହ ଧାନବିଡା ଖାଇ ନଷ୍ଟ କରିଦେଇଛନ୍ତି । ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ କଡା ନଜର ରଖିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now