ଟ୍ରକ୍ ପଛରେ ପିଟିଲା ଟ୍ରକ୍ : ଡ୍ରାଇଭର ଜୀବନ୍ତ ଦଗ୍ଧ

Spread the love

କେନ୍ଦୁଝର : ଆଜି ଭୋର୍ ପ୍ରାୟ ୪ଟା ସମୟରେ କେନ୍ଦୁଝର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ମହୁଲଡ଼ିହା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲିକତା ଅଭିମୁଖେ ଯାଉଥିବା ଏକ ଟ୍ରକ୍ କୁ ଅନ୍ୟ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଫଳରେ ଟ୍ରକ୍ ରେ ନିଆଁ ଲାଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *