ଏରସମା ବନ୍ଦ

Spread the love

ଏରସମା:  ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୨ଘଣ୍ଟିଆ ଏରସମା ବନ୍ଦ। ଚଳିତ ବର୍ଷ  ଲଗାଣ ବର୍ଷାରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହାର ଆକଳନ ହୋଇନାହିଁ ତ କ୍ଷତିପୂରଣ ମିଳିବା ନ ମିଳିବାକୁ ନେଇ ସନ୍ଦିହାନ ଚାଷୀ। ଏହାକୁ ନେଇ ବିଜେପିର ଏହି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି।

ଚଳିତ ବର୍ଷ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ବିଜେପିର ଆହ୍ବାନରେ  ବନ୍ଦ ପାଳନ ହୋଇଛି। ଗତବର୍ଷ ସେପ୍ଟେମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ଏରସମା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କ୍ଷତିଗ୍ରସ୍ତ ହୋଇଥିବା  ଅଞ୍ଚଳ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଥିବା ବେଳେ ଚାଷୀଙ୍କୁ ଏପର୍ଯ୍ୟନ୍ତ ମିଳିଲାନି ସହାୟତା ରାଶି। ଏହାକୁ ନେଇ ବିରୋଧ କରିଛି ବିଜେପି।

ସେପଟେ ଚାଷୀ କ୍ଷତିପୂରଣ ନ ପାଇ ବହୁ ଅସୁବିଧା ଭୋଗୁଛି। ଏହାକୁ ନେଇ ଚାଷୀଙ୍କ ସପକ୍ଷରେ ଅଣ୍ଟା ଭିଡିଛି ବିଜେପି।  ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ସମସ୍ତ ଅତ୍ୟାବଶ୍ୟକୀୟ ସେବାକୁ ଏହି ବନ୍ଦରେ ଛାଡ ଦିଆଯାଇଛି। ବନ୍ଦକୁ ପାଇଁ ଦୋକାନବଜାର  ବନ୍ଦ ରହିଥିବାବେଳେ ଗାଡି ଚଳାଚଳ ଠପ୍ ରହିଛି।

Leave a Reply

Your email address will not be published. Required fields are marked *