୨୭ରେ ସନ୍ଧ୍ୟା ଦର୍ଶନ : ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

Spread the love

ପୁରୀ : ଚଳିତ ମାସ ୨୭ତାରିଖ ମଙ୍ଗଳବାର ଦିନ ଆଡପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ । ସେଦିନ ସକାଳୁ ଦର୍ଶନ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରେସମିଟରେ ଜଣାଇଛନ୍ତି । ଏଣୁ ଭକ୍ତମାନେ ସନ୍ଦ୍ୟା ୫ଟା ପୂର୍ବରୁ ଦର୍ଶନ କରିବା ପାଇଁ କହିଛନ୍ତି । ବାହୁଡ଼ାଯାତ୍ରା ପାଇଁ ଅନେକ ନୀତି କାନ୍ତି ସନ୍ଧ୍ୟା ଦର୍ଶନ ପରେ ଆରମ୍ଭ ହେବ । ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଦିନ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *