କ୍ଷୀରଜାତ ଦ୍ରବ୍ୟ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ହେଲେ କେହି କେହି ୟାକୁ ଖାଇବାକୁ ପସନ୍ଦ କରିନଥାନ୍ତି। ଯେମିତିକି ଦହି, ଲହୁଣୀ, ଘିଅ, ଛେନା। ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବହୁ ମାତ୍ରାରେ ଖାଉଥିବା ଦେଖାଯାଏ। ବିଶେଷ କରି ଛୋଟ ପିଲାମାନେ କ୍ଷୀର ପିଇବାକୁ ଭଲପାଇଥାନ୍ତି। ହେଲେ ଏବେ ବର୍ଷା ଋତୁ ଚାଲୁଥିବାରୁ ଚାରିଆଡେ ଥଣ୍ଡା, ଜ୍ୱର, କାଶ ହେଉଥିବା ଦେଖାଦେଇଛି। ହେଲେ ବର୍ଷାଦିନରେ ବହୁ ଲୋକେ ଆଇସକ୍ରିମ, କୁଲଫି, ଲସି ପିଇବାକୁ ଭଲ ପାଇଥାନ୍ତି। ଯାହା ରୋଗକୁ ନିମନ୍ତ୍ରଣ କଲାଭଳି ସଦୃଶ ହୋଇଥାଏ। ତେବେ ଦହି ଏକ ଏଭଳି ଖାଦ୍ୟ ଯାହା ସମସ୍ତେ ପସନ୍ଦ କରିଥାନ୍ତି। ଏହା ଶରୀରରେ କ୍ୟାଲସିୟମର ଆବଶ୍ୟକତା ପୂରଣ କରେ। ହେଲେ ବର୍ଷା ଦିନରେ ଦହି ଖାଇବା ଅର୍ଥ ରୋଗ ହେବ। ଯେପରିକି ଜରରେ ପଡିବା ନହେଲେ ଥଣ୍ଡା, କାଶ, କଫର ଶିକାର ହେବା। ତେଣୁ ବର୍ଷାଦିନରେ ଦହି ଖୁବ କମ ଖାଇବାକୁ ଯେମିତି ସମସ୍ତେ ଚେଷ୍ଟା କରିବା।
- ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now