ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି l ସେ ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ଇସ୍ତଫା ପତ୍ରରେ ଅଭିଯୋଗ କରିଛନ୍ତି। ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟକ ଥିଲେ। ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା।ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଉପରେ ମଧ୍ୟ ସେ ବର୍ଷିଛନ୍ତି । ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା । ତେବେ ପ୍ରତିଶୃତି ଦେଇ ଟିକେଟ କାଟିଦେଇଥିବା ସେ ଅଭିଯୋଗ ଆଣିଛନ୍ତି।ମୁଁ ହିଁ ଟିକେଟ ଦେବା ଲୋକେ ଓ ମୁଁ ହିଁ ଟିକେଟ କାଟିବା ଲୋକ ବୋଲି ବବି କୁଆଡ଼େ ସୁନନ୍ଦାଙ୍କୁ କହିଥିଲେ । ଟିକେଟ କଟିବା ପରେ ପାଣ୍ଡିଆନ ଡାକିଥିଲେ, ନବୀନ ନିବାସ ଯାଇଥିଲି । ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଲା ବୋଲି ସେ କହିଥିଲେ । ତେବେ ମନମୁଖୀ ଶାସନ ଓ ମନଇଛା ଟିକେଟ କାଟିଥିଲେ।ନେତାଙ୍କୁ ଅଣଦେଖାରୁ ବିଜେଡି ହାରିବାର କାରଣ କହିଲେ ସୁନନ୍ଦା । ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା। ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ। ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି। ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି, ମୁଁ ମଧ୍ୟ ଦେଖାକରି ଆସିଛି ବୋଲେ ସେ କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now