ଅବକାରୀ ଏସପି ଦେଖେଇଲେ ମାନବିକତା

ସୁବର୍ଣ୍ଣପୁର : ସୋନପୁର-ବାଲାଙ୍ଗୀର ରୋଡ଼ରେ ହୋଇଥିବା କାର ଓ ବାଇକ ଦୁର୍ଘଟଣାର ତିନିଜଣ ଆହତଙ୍କୁ ସୁବର୍ଣ୍ଣପୁର ସଦର ଡାକ୍ତର ଖାନାକୁ ଆଣି ଚିକିତ୍ସା କଲେ ଅବକାରୀ ଏସପି ସୁମତି ତ୍ରିପାଠୀ । ଜ଼ିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ତରଭା ଗସ୍ତରେ ଯାଉଥିବାବେଳେ ଅର୍ଜୁନପୁର ଛକରେ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଥିବା ଜଣେ ଯୁବତୀ ଓ ଦୁଇଜଣ ବ୍ୟକ୍ତିଙ୍କୁ ଦେଖି ଅଟକି ଗଲେ ପ୍ରଶାସିକା ଶ୍ରୀମତୀ ତ୍ରିପାଠୀ । ଏବଂ ତୁରନ୍ତ ସେଠୁ ନିଜ ଗାଡିରେ ମେଡିକାଲ ଆଣି ଚିକିତ୍ସା କରାଇ ୩ ଜଣଙ୍କ ଜୀବନ ବଞ୍ଚାଇଥିଲେ । ଅବକାରୀ ଏସପି ଶ୍ରୀମତୀ ତ୍ରିପାଠୀଙ୍କ ଏଭଳି ମାନବିକତାକୁ ବୁଦ୍ଧିଜୀବୀ ମହଲ ରେ ଖୁବ ପ୍ରଶଂସା କରାଯାଇବା ବେଳେ ଶ୍ରୀମତୀ ତ୍ରିପାଠୀ ସହର ତଥା ଜ଼ିଲ୍ଲାର ଅନେକ ସାମାଜିକ କାର୍ଯ୍ୟ ଓ ସାଂସ୍କୃତିକ ଉତ୍ସବରେ ସାମିଲ ହୋଇ ଖୁବ ଲୋକପ୍ରିୟ ହୋଉଥିବା ଜଣାଯାଏ । ପୂର୍ବରୁ ପୋଲିସ ଏସପି ଅମରେଶ ପଣ୍ଡା ମଧ୍ୟ ବିନିକା ରାସ୍ତା ଓ ବାଲାଙ୍ଗୀର ରାସ୍ତାରୁ ଅନେକ ଦୁର୍ଘଟଣା ଗ୍ରସ୍ଥ ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ଚିକିତ୍ସା କରାଇ ଜୀବନ ବଞ୍ଚାଇବା ଘଟଣା ଭଳି ଭଲ ଖବର ଖୁବ ଚର୍ଚ୍ଚା ପାଲଟିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *