ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି

Spread the love

ଭୁବନେଶ୍ୱର : ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ଅବଧିକୁ ବୃଦ୍ଧି କରିବା ପାଇଁ ରେଳପଥ ପକ୍ଷରୁ ନିମ୍ନ ମତେ ନିଷ୍ପତି ନିଆଯାଇଅଛି ।

ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ : ୦୨୮୩୨ ଭୁବନେଶ୍ୱର-ଧାନବାଦ୍ ଦୈନନ୍ଦିନ ଚଳାଚଳ କରୁଥିବା ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱରରୁ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ୦୨୮୩୧ ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ଧାନବାଦରୁ ୧ ସେପ୍େଟମ୍ବର, ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ପୁରୀ – ପାଟନା ବିଶେଷ ଟ୍ରେନ ।୦୮୪୩୯ ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ପୁରୀରୁ ୨୬ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ୦୮୪୪୦ ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ପାଟନା ଛାଡି ୨୭ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

୦୩୨୩୦ ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ଦିନ ପାଟନା ଠାରୁ ବର୍ତମାନ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ୦୩୨୨୯ ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ପୁରୀରୁ ୧ ସେପ୍େଟମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ଭୁବନେଶ୍ୱର-ତିରୁପତି୦୨୮୦୯ ଭୁବନେଶ୍ୱରରୁ ତିରୁପତି ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱରରୁ ୨୯ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ୦୨୮୧୦ ତିରୁପତି-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ତିରୁପତି ରୁ ୩୦ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ବିଶାଖାପାଟନମ୍-ବନାରସ୍ ।୦୮୫୮୮ ବିଶାଖାପାଟନମ୍-ବନାରସ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ ୧୨ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ୦୮୫୮୭ ବନାରସ-ବିଶାଖାପାଟନମ ସ୍ପେଶାଲ ବନାରସ ଠାରୁ ୧୩ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ବିଶାଖାପାଟନମ୍-ସିକନ୍ଦରାବାଦ ।୦୮୫୭୯ ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ ୨୬ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ୦୮୫୮୦ ସିକନ୍ଦରାବାଦ-ବିଶାଖାପାଟନମ ସ୍ପେଶାଲ ସିକନ୍ଦରାବାଦ ଠାରୁ ୨୭ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ବିଶାଖାପାଟନମ୍-ତିରୁପତି ୦୮୫୮୩ -ବିଶାଖାପାଟନମ୍-ତିରୁପତି ସ୍ପେଶାଲ୍ ଏକ୍ସପ୍ରେସ୍ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ରୁ ୩୧ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ୦୮୫୮୪ ତିରୁପତି-ବିଶାଖାପାଟନମ ସ୍ପେଶାଲ ତିରୁପତିରୁ ଅଗଷ୍ଟ ପହିଲା ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ବିଶାଖାପାଟନମ୍-ମେହବୁବନଗର ।୦୮୫୮୫ ବିଶାଖାପାଟନମ୍-ମେହବୁବନଗର ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ମଙ୍ଗଳବାର ଦିନ ବିଶାଖାପାଟନମ୍ ରୁ ୨୫ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ୦୮୫୮୬ ମେହବୁବନଗର-ବିଶାଖାପାଟନମ ସ୍ପେଶାଲ ମେହବୁବନଗରରୁ ୨୬ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଂଟ ।୦୮୫୪୩ ବିଶାଖାପାଟନମ-ବେଙ୍ଗାଲୁରୁ କ୍ୟାଂଟ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ବିଶାଖାପାଟନମରୁ ୩୦ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ୦୮୫୪୪ ବେଙ୍ଗାଲୁରୁ କ୍ୟାଂଟ-ବିଶାଖାପାଟନମ ସ୍ପେଶାଲ ବେଙ୍ଗାଲୁରୁ କ୍ୟାଂଟ ଠାରୁ ୩୧ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

୦୮୯୧୫ ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଂଟ ସ୍ପେଶାଲ ଏକ୍ସପ୍ରେସ ବିଶାଖାପାଟନମରୁ ୧ ଜୁଲାଇ ୨୦୨୩ (ଶନିବାର) ଦିନ ଅପରାହ୍ନ ୧ଘ.୧୫ ମି ରେ ଛାଡି ବେଙ୍ଗାଲୁରୁ କ୍ୟାଂଟରେ ରବିବାର ୭ ଘଟିକାରେ ପହଞ୍ଚିବ । ଯାତ୍ରୀଙ୍କ ଅତିରିକ୍ତ ଭିଡକୁ ଦୃଷ୍ଟିରେ ରଖି ଏହାକୁ ଚଳାଯାଉଅଛି ।

ପୂର୍ବତଟ ରେଳପଥରୁ ଆହୁରି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍:

ବିଶାଖାପାଟନମ୍-ରଙ୍ଗପଡା ଉତର ଜନ ସାଧାରଣ ସ୍ପେଶାଲ୍ ।

୦୮୫୬୨ ବିଶାଖାପାଟନମ୍-ରଙ୍ଗପଡା ଉତର ସ୍ପେଶାଲ୍ ୩୦ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ (ଶନିବାର ଦିନ ରାତ୍ରି ୧୨ଘ.୧୦ମି ) ବିଶାଖାପାଟନମ୍ ଠାରୁ ଛାଡି ସୋମବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ରଙ୍ଗପଡା ଉତରରେ ପହଞ୍ଚିବ । ପ୍ରଫେରିବା ମାର୍ଗରେ ୦୮୫୬୧ ରଙ୍ଗପଡା ଉତର-ବିଶାଖାପାଟନମ୍ ସ୍ପେଶାଲ୍ ପହିଲା ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଭୋର ୦୫ଘ.୧୫ମି. ରେ ଛାଡି ବୁଧବାର ଦିନ ଅପରାହ୍ନ ୦୩ଘ.୩୫ମି.ରେ ବିଶାଖାପାଟନମ୍ ଠାରେ ପହଞ୍ଚିବ । ଏହି ଟ୍ରେନରେ ଉଭୟ ଦିଗରୁ ବିଶାଖାପାଟନମ୍ ଏବଂ ରଙ୍ଗପଡା ଉତର ଷ୍ଟେସନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବାକୁ ଥିବାବେଳେ ଏଥିରେ ସାତୋଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।

ସମ୍ବଲପୁର-ଏ ରୋଡ

୦୮୩୧୧ ସମ୍ବଲପୁର-ଏରୋଡ ସ୍ପେସିଆଲ ସମ୍ବଲପୁରରୁ ୨୬ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ ୧୦ଘ.୫୫ମି.ରେ ଛାଡି ଗୁରୁବାର ଦିନ ସନ୍ଧ୍ୟା ୦୭ଘ.୫୦ମି.ରେ ଏରୋଡରେ ପହଞ୍ଚିବ । ଫେରିବା ମାର୍ଗରେ ୦୮୩୧୨ ଏରୋଡ-ସମ୍ବଲପୁର ସ୍ପେଶାଲ ଏରୋଡରୁ ୨୮ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୦୧ଘ.୪୫ମି.ରେ ଛାଡି ଶନିବାର ଦିନ ରାତ୍ରି ୦୯ଘ.୧୫ମି.ରେ ସମ୍ବଲପୁରରେ ପହଞ୍ଚିବ । ଏହି ଟ୍ରେନ ଟିଟିଲାଗଡ-ରାୟାଗଡା-ବିଜୟନଗରମ ଷ୍ଟେସନ ମାର୍ଗ ଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-୨ ଟାୟା,ର୍ ତିନିଟି ଏସି -୩ ଟାୟା,ର୍ ନଅଟି ସ୍ଲିପର୍ କ୍ଲାସ୍, ତିନିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି ।

Leave a Reply

Your email address will not be published. Required fields are marked *