ଚାଷୀଙ୍କ ରାସ୍ତା ଅବରୋଧ

ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସମବାୟ ସମିତି ଧାନ ମଣ୍ଡିରେ ବର୍ତ୍ତମାନ ପଡିରହିଛି ୧ ହଜାର ୬୦୦ କ୍ୱିଣ୍ଟାଲ ଧାନ।ବାରମ୍ବାର ଚାଷୀଙ୍କ ଅଭିଯୋଗ ସତ୍ତ୍ୱେବି ଟାର୍ଗେଟ ଥାଇ ମଧ୍ୟ ମିଲର୍ସମାନଙ୍କ ମନମାନି ଯୋଗୁଁ ମଣ୍ଡିରୁ ଉଠୁନାହିଁ ଧାନ। ଲାଞ୍ଜିଗଡ-ମୁନିଗୁଡା ମୁଖ୍ୟ ରାସ୍ତା ୪ ଘଣ୍ଟା କାଳ ଅବରୋଧ କରିଥିଲେ ୬ ଗୋଟି ପଞ୍ଚାୟତର ଶତାଧିକ ଚାଷୀ। ସୂଚନା ଅନୁସାରେ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସମବାୟ ସମିତି ଅଧୀନରେ ଥିବା ମଣ୍ଡିରେ ଚଳିତ ବର୍ଷ ଖରିପ ଋତୁର ଧାନ ବିକିବା ପାଇଁ ୬ ଗୋଟି ପଞ୍ଚାୟତର ଚାଷୀ ପଞ୍ଜିକୃତ କରିଥିଲେ।ଗତ ୨୦ ଡିସେମ୍ବରରେ ମଣ୍ଡି ଆରମ୍ଭ ହୋଇଥିଲା ବେଳେ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଟୋକାନ ସମୟସୀମା ରହିଥିବା ୧୫୯ ଜଣ ଚାଷୀଙ୍କଠାରୁ ୬ ହଜାର ୧୧୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଅବଶିଷ୍ଟ ୨୫୦ ଚାଷୀଙ୍କ ମଧ୍ୟରୁ ୨୨ ଜଣ ଚାଷୀଙ୍କ ୧ ହଜାର ୬୦୦ କ୍ୱିଣ୍ଟାଲ ଧାନ ଏବେ ମଣ୍ଡିରେ ପଡିରହିଛି।ଅଧିକାଂଶ ଚାଷୀଙ୍କ ଟୋକନ ସମୟ ସୀମା ୨ ରୁ ୪ ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି।ବର୍ତ୍ତମାନ ଦୀର୍ଘ ଦିନ ହେଲା ଶୀତ କାକରରେ ମଣ୍ଡିରେ ପଡି ରହିଛନ୍ତି ଚାଷୀ । ସମବାୟ ସମିତି ଧାନ ମଣ୍ଡିରେ ୧ ହଜାର ୬୦୦ କ୍ୱିଣ୍ଟାଲ ଧାନ ପଡି ରହିଥିବା ବେଳେ ବାରମ୍ବାର ଚାଷୀଙ୍କ ଅଭିଯୋଗ ସତ୍ତ୍ୱେବି ଟାର୍ଗେଟ ଥାଇ ମଧ୍ୟ ମିଲର୍ସମାନେ ମଣ୍ଡିରୁ ଉଠାଉ ନାହାନ୍ତି ଧାନ।ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ  ହେଉଥିବା ଦେଖିବାକୁ ମିଳିଥିଲା ।ଆସନ୍ତା ୪ ଦିନ ମଧ୍ୟରେ ଧାନ ଉଠା ନ ଗଲେ ପୁଣି ରାଜରାସ୍ତାକୁ ଓଲାଇବୁ ବୋଲି ୬ଗୋଟି ପଞ୍ଚାୟତର ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *