ଚାଷ ଜମିରେ ହଳ କରୁଥିବା ବେଳେ ଟଳିପଡ଼ିଲେ ଚାଷୀ

Spread the love

ଖୋର୍ଦ୍ଧା : ଚାଷ ଜମିରେ ହଳ କରୁଥିବା ବେଳେ ଟଳିପଡ଼ିଲେ ଜଣେ ଚାଷୀ। ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଳୟରେ କର୍ତ୍ତବ୍ୟରତ ଡାକ୍ତର କିଛି ପରୀକ୍ଷା ନୀରିକ୍ଷା ପରେ ଚାଷୀଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଚାଷୀ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଝରିଆ ଗ୍ରାମର ଅଜୟ ପଲାଇ ( ୪୩)। ତାଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଥିବା ବେଳେ ଟାଙ୍ଗୀ ଥାନା ପୋଲିସ ଶବ ଜବତ କରି ତଦନ୍ତ କରୁଛି ।

ସୂଚନା ମୁତାବକ, ଅଜୟ ପଲାଇ ନିଜ ଚାଷ ଜମିରେ ଧାନ ବୁଣିବା ପାଇଁ ଟ୍ରାକ୍ଟର ସହ ଧାନ ନେଇ ଜମିକୁ ଯାଇଥିଲେ। ଚାଷ ଜମିରେ ହଳ କରିସାରି ଧାନ ବୁଣୁଥିବା ବେଳେ ସେ ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ନିକଟସ୍ଥ ଚାଷ ଜମିରେ ଚାଷ କରୁଥିବା ଚାଷୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅଜୟ ଜଣେ ଗରୀବ ଚାଷୀ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *