ଲଗାଣ ବର୍ଷାରେ ଚାଷ କ୍ଷତି ଯୋଗୁ ଚାଷୀର ଆତ୍ମହତ୍ୟା । ଜଗତସିଂହପୁର ଜିଲ୍ଲା ତଣ୍ଡିକୁଳ ପଂଚାୟତ ସାରେଣା ଗାଁରେ ଯୁବ ଚାଷୀର ଆତ୍ମହତ୍ୟା ଅଭିଯୋଗ। ମୃତ ଚାଷୀ ହେଲେ କୃତିବାସ ସ୍ୱାଇଁ। ସୂଚନା ମୁତାବକ ୩ ଏକର ଭାଗ ଜମି ଓ ଦେଢ଼ ଏକର ନିଜ ଜମିରେ ଧାନ ଚାଷ କରିଥିଲେ। ମାତ୍ର ବର୍ଷାରେ ଫସଲ ନଷ୍ଟ ହୋଇଯିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ। ସୂଚନା ମୁତାବକ ବର୍ଷା ଜନିତ କ୍ଷୟକ୍ଷତି ପରେ ସେ ବିଲର ଉଜୁଡା ଧାନକୁ ଦେଖି ଥରେ ଚେତାଶୂନ୍ୟ ହେବା ସହ ବାରମ୍ବାର କହୁଥିଲେ ମୁ ଆଉ ବଞ୍ଚିବି ନାହିଁ। ଅନ୍ୟପଟେ କିଛି ଧାର କରଜ ଏବଂ ମାଇକ୍ରୋ ଫାଇନାନ୍ସରୁ ଋଣ କରିଥିବା ହେତୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ପରେ ନିଜ ଠାକୁର ଘରେ ପୂଜା କରିବା ପରେ ଠାକୁର ଘରକୁ ଲାଗିଥିବା ଅନ୍ୟଏକ ରୁମରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ପରିବାରରେ ତାଙ୍କର ଦୁଇଟି ଝିଅ ଓ ପତ୍ନୀ ଅଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now