ମୁରାନ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ

ସରିଲା ସମୟ ଅବଧି ହେଲେ ସରିଲାନି ନିର୍ମାଣ କାମ। ପାଣି ମୁନ୍ଦାଏ ପାଇବା ପାଇଁ ଦୀର୍ଘ ବର୍ଷ ହେଲା ଚାତକ ପରି ଚାହିଁ ବସିବା ପରେ ଆରମ୍ଭ ହେଲା ବିରୋଧ । ଛାତିଶଗଡ଼ ନଗରନାର Nmdc ଷ୍ଟିଲ ପ୍ଲାଣ୍ଟ କୁ ପାଣି ଯାଉଥିବା ଅଭିଯୋଗ ଆଣିଲେ ଲୋକେ । ଷ୍ଟିଲ ପ୍ଲାଣ୍ଟ କୁ ପାଣି ଯାଉଥିବା ଅଭିଯୋଗ କରି ଏବେ ତାତିଲେଣି ବୋରିଗୁମ୍ମାବାସୀ। ୨୦୧୮ଅଗଷ୍ଟରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ ଅଗଷ୍ଟ ରେ ସରିବା କଥା କିନ୍ତୁ ୨୦୨୪ ଶେଷ ସୁଦ୍ଧା ଲୋକଙ୍କୁ ପାଣି ମୁନ୍ଦାଏ ବି ମିଳି ପାରିଲା ନାହିଁ ।  ଟ୍ରାଏଲ ବେସିକରେ ପାଇପରେ ପାଣି ଛାଡିବା ପରେ କେଉଁଠି ପାଇପ ଫାଟୁଛି ତ କେଉଁଠି ପାଇପ ଠିକରେ  ନପଡ଼ିବା ଯୋଗୁଁ ପାଣି ଲୋକ ଙ୍କ ଘର ପାଖକୁ ମୁନ୍ଦାଏ ବି ଯାଇପାରୁ ନାହିଁ । ଯାହା ଫଳରେ ଲୋକେ ଏବେ ପ୍ରକଳ୍ପକୁ ଏବେ ବିରୋଧ କରୁଛନ୍ତି।

ପ୍ରକଳ୍ପର ତଳିଆ ପଞ୍ଚାୟତ କାଠରଗଡା, କୁମୁଲି, ଗୁମୁଡ଼ା,କାମତା ଭଳି ପଞ୍ଚାୟତ ର ଲୋକେ ଆଜି ପର୍ଯ୍ୟନ୍ତ ମଧ୍ୟ ପାଣି ପାଇ ପାରିନାହାନ୍ତି । କାଠରଗଡା ପଞ୍ଚାୟତର ଲୋକେ ପାଣି ନପାଇବା ଯୋଗୁଁ ପ୍ରକଳ୍ପ ବନ୍ଦ କରିବା ପାଇଁ ଘେରାଉ କରିଥିବା ମଧ୍ୟ ଦେଖାଦେଇଛି । ଗୋଟିଏ ପଟେ ବିରୋଧ ଦେଖା ଦେଇଥିବା ବେଳେ ଅନ୍ୟପଟେ ନିମ୍ନ ମାନର ପାଇପ ଲାଇନ ଯୋଗୁଁ ପାଇପ ଫାଟି ପାଣି ବାହାରୁଥିବା ଦେଖିବାକୁ ମିଳିଛି। ପ୍ରକଳ୍ପ ଦ୍ବାରା ବୋରିଗୁମ୍ମା ବ୍ଲକର ୨୮ ଟି ପଞ୍ଚାୟତ, କୋଟପାଡ଼ ବ୍ଲକର ୧୬ଟି ଏବଂ ଜୟପୁର ବ୍ଲକର ୭ଟି ପାଞ୍ଚୟତ, ମୋଟ ୫୧ଟି ପଞ୍ଚାୟତର ଦେଢଲକ୍ଷରୁ ଉର୍ଦ୍ଧ ଲୋକ ପାନୀୟ ଜଳ ପାଇବାର ବ୍ୟବସ୍ଥା କରିଥିଲେ ପୂର୍ବ ସରକାର ।  ନିର୍ବାଚନ ସମୟରେ ଏହି ପ୍ରକଳ୍ପ କୁ ଉଦ୍ଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ଖରା ଦିନ ଆସୁଥିବାରୁ ଲୋକେ ପାଣି ନ ପାଇଲେ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଚେତାବନୀ ଦେଇଛନ୍ତି ।  ପ୍ରକଳ୍ପ ପରିସର ମଧ୍ୟରେ ଜଳ ଯୋଗାଣର ବିଭାଗୀୟ କାର୍ଯ୍ୟାଳୟ ଆଜି ପର୍ଯ୍ୟନ୍ତ ଖୋଲା ଯାଇ ନାହିଁ। କେବଳ କିଛି ଟେକନିସିଆନ ଦ୍ଵାରା ପ୍ରକଳ୍ପ ଚାଲୁଥିବା  ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ବୋରିଗୁମ୍ମା ,ଜୟପୁର ଓ କୋଟପାଡ଼ ଲୋକଙ୍କୁ ମୂରାନ ମେଗା ପାନୀୟ ଜଳ ପ୍ରକଳ୍ପ ର ପାଣି ମିଳିବ ତାହା ହିଁ ଦେଖିବା ବାକି ରହିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *