କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, 5 ମୃତ, 9 ଆହତ

Spread the love

ଭୁବନେଶ୍ୱର : ଗଞ୍ଜାମ ପରେ ଏବେ କେନ୍ଦୁଝରରେ ଏକ ବଡ ସଡକ ଦୁର୍ଘଟଣା ଘଟିଛି ।  ମଙ୍ଗଳବାର ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବରଯାତ୍ରୀ ଦଳ ଆସୁଥିବାବେଳେ ଷଠିଘର ନିକଟରେ ଶୁଆକାଟି ପଟୁ ଆସୁଥିବା ଏକ ଟ୍ରକ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।

ମିଳିଥିବା ସୂଚନା ଅନୁସାରେ ମାନପୁର ଗ୍ରାମରୁ ବରଯାତ୍ରୀ ଦଳ ଡିଜେର ତାଳେତାଳେ ନାଚଗୀତରେ ମସଗୁଲ ହୋଇ ଆସୁଥିଲେ। ଷଠିଘର ସାହିସ୍ଥିତ କନ୍ୟା ଘରେ ନିକଟରେ ପହଞ୍ଚିଥିଲେ। କନ୍ୟାଘର ପାଖରେ ବରଯାତ୍ରୀ ଦଳ ନାଚୁଥିବାବେଳେ ଟ୍ରକଟି ଦ୍ରୁତବେଗରେ ଆସି ମାଡି ଯାଇଥିଲା। ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୯ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୬ଜଣଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *