ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁସ ମଙ୍ଗଳାଙ୍କ ମହୋତ୍ସବ। ଦୁଇ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମା’ ଙ୍କ ଆଶ୍ରିବାଦ ଭିକ୍ଷା କରିଛନ୍ତି। ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପବିତ୍ର ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁଶ ମଙ୍ଗଳାଙ୍କ ମହୋତ୍ସବ। ଏଥି ପାଇଁ ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ବିଶ୍ବାସ ରହିଛି ଆଜିର ଦିନରେ ମା ଙ୍କ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ। ମା’ଙ୍କ ଦର୍ଶନ ପାଇଁ କାହିଁ କେତେ ଆଡୁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ପ୍ରତିବର୍ଷ ପବିତ୍ର ପଣା ସଂକ୍ରାନ୍ତି ଠାରୁ ଏକ ମାସ ଧରି ଏଠାରେ ଯଜ୍ଞ ଅନୁଷ୍ଠିତ ହୁଏ । ଏହି ସମୟରେ ମାଙ୍କୁ ଦର୍ଶନ ସହ ମାନସିକଧାରୀ ମାନେ କୁକୁଡା ଉଡାଇଥାନ୍ତି । ଏଠାରେ ପଡୁଥିବା ମେଳାରେ ଘର କରଣା ସାମଗ୍ରୀ ମିଳୁଥିବାରୁ ତାକୁ କିଣିବା ପାଇଁ ବେଶ ଭିଡ଼ ମଧ୍ୟ ଦେଖିବାକୁ ମିଳେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now