ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ୨୩ରୁ ଜରିମାନା

ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇନଥିଲେ ମୋଟା ଅଙ୍କର ତଣ୍ଡ ଗଣିବେ ଗାଡି ଚାଳକ । ଜୁନ୍ ୨୩ ତାରିଖରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ । ଯାଞ୍ଚ ବେଳେ ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଚାଳକଙ୍କର ଇ-ଚାଲାଣ କଟାଯିବ । ନିୟମ ଉଲ୍ଲଂଘନ ପାଇଁ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ । ଏକ ପ୍ରେସ ନୋଟରେ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଂଟ ଲାଲମୋହନ ସେଠୀ(ସଡକ ସୁରକ୍ଷା) ଏନେଇ ଗତକାଲି ସୂଚନା ଦେଇଛନ୍ତି ।

ରାଜ୍ୟ ପରିବହନ କର୍ତୃପକ୍ଷ (ଏସ୍ଟିଏ) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଂଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରସନ୍ ଲଗାଇବା ଅବଧି ୨୦୨୩ ଫେବ୍ରୁଆରି ୨୮ ତାରିଖରେ ଶେଷ ହୋଇଯାଇଛି । ଏହା ଦେଖାଯାଉଛି ଯେ, କିଛି ଗାଡ଼ି ଏଚ୍ଏସ୍ଆରପି ରେଜିଷ୍ଟ୍ରେସନ ପ୍ଲେଟ ନଲଗାଇ ରାସ୍ତାରେ ଚାଲୁଛି । ରାଜ୍ୟ ପରିବହନ କର୍ତୃପକ୍ଷ ଜୁନ୍ ୨୩ ତାରିଖ ଠାରୁ ବିନା ଏଚ୍ଏସ୍ଆରପି ନମ୍ବର ଥିବା ଗାଡ଼ିଗୁଡ଼ିକ ଚିହ୍ନଟ କରିବ ଏବଂ ଦଣ୍ଡବିଧାନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ୍ କରିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *