ସାରା ଓଡିଶାରେ ନିଆଁ ବର୍ଷା

Spread the love

ଭୁବନେଶ୍ୱର : ଜଳୁଛି ସାରା ଓଡିଶା । ସବୁଠି ତାତିର ରାଜୁତି । ଉପକୂଳରୁ ନେଇ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ ସବୁଠି ନିଆଁ ବର୍ଷା , ଅସହ୍ୟ ଗୁଳୁଗୁଳି ଏବଂ ଝାଂଜି ପବନ । ଆଜି ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୪.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ୪୪.୪ ଡ଼ିଗ୍ରୀ ଖରାରେ ସିଝିଛି ରାଜ୍ୟ ରାଜଧାନୀ ।

ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୪.୬ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୪.୪ ଡ଼ିଗ୍ରୀ ,ସମ୍ବଲପୁରରେ ୪୪.୪ ଡ଼ିଗ୍ରୀ ଓ ହୀରାକୁଦରେ ୪୩.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୪୦ ଡ଼ିଗ୍ରୀ , ଚାନ୍ଦବାଲିରେ ୩୭.୬ ଡ଼ିଗ୍ରୀ , ବାଲେଶ୍ୱରରେ ୩୫ ଡ଼ିଗ୍ରୀ ,ଗୋପାଳପୁରରେ ୩୬.୮ ଡ଼ିଗ୍ରୀ ,ପୁରୀରେ ୩୪.୮ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *