ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ସବୁ ଶୈବପୀଠମାନଙ୍କରେ ବାବାଙ୍କ ଦର୍ଶନ ଲାଗି ଲାଗିଛି ଭିଡ। କାର୍ତ୍ତିକ ମାସର ପ୍ରଥମ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇଛି କଟକ ଜିଲ୍ଲାର ଅନ୍ୟତମ ପ୍ରମୁଖ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ।ବାବାଙ୍କ ଦର୍ଶନ ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଆସିଛନ୍ତି ଶ୍ରଦ୍ଧାଳୁ । ଭୋର ୪ଟାରୁ ମନ୍ଦିର ପହଡ଼ ଖୋଲାଯାଇ ଆଳତୀ ପରେ ବାବାଙ୍କୁ ସ୍ନାନ କରାଯାଇଛି। ସ୍ନାନ ପରେ ବାବାଙ୍କୁ ବେଷ କରାଯିବ ପରେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଭିଡ ଜମେଇଛନ୍ତି। ପ୍ରଶାସନ ପକ୍ଷରୁ ସୁରକ୍ଷା ନିମନ୍ତେ ୧ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।ସେହିଭଳି ଗଞ୍ଜାମଜିଲ୍ଲା ବୁଗୁଡା ରେ ଥିବା ଐତିହ ଶୈବପିଠ ବୁଦ୍ଧଖୋଲ ,ଶ୍ରୀ ବଳଦେବ ଜିଉ ,ବିରଞ୍ଚିନାରାୟଣ ଭଳି ପ୍ରତ୍ଯୋକ ମନ୍ଦିର ରେ ହବିସିଆଳି ମାନଙ୍କ ଦର୍ଶନ ନିମନ୍ତେ ଭିଡ ଲାଗିଛି।ଏପଟେ ପୁରୀରେ ସହସହ ହବିଷ୍ୟାଳିମାନେ ପୂଜାର୍ଚ୍ଚନା କରି ନିଜ ବ୍ରତ ପାଳନ କରୁଛନ୍ତି। ହବିଷ୍ୟାଳି ମାନେ ପବିତ୍ର କାର୍ତ୍ତିକ ମାସ ସାରା ବାଲୁକା ସ୍ତାପନ କରି ରାଇଦାମୋଦର ପୂଜା ସହ ବୃନ୍ଦାବତି ପୂଜା କରିବେ । ଏବଂ ଅପରାହ୍ନରେ ଅରୁଆ ଅନ୍ନ ଗୋଟେ ବେଳା ଖାଇ ହବିଷ ପାଳିବେ । ଆଜିର ପ୍ରଥମ ସୋମବାର ଅବସରରେ ପ୍ରତ୍ଯୋକ ମନ୍ଦିରରେ ହବିଷ୍ୟାଳି ମାନଙ୍କ ଭିଡକୁ ଦୁଷ୍ଟିରେ ରଖି ସ୍ତାନିୟ ପୋଲିସ୍ ପ୍ରଷାସନ ପକ୍ଷରୁ ବ୍ଯାପକ ପୋଲିସ୍ ମୁତୟନ କରାଯାଇଥିବା ବେଳେ ମନ୍ଦିର କମିଟି ପକ୍ଷରୁ ମଧ୍ୟ ହବିଷ୍ୟାଳି ମାନଙ୍କ ପାଇଁ ବ୍ଯାପକ ବ୍ଯବସ୍ତା ମାନ କରାଯାଇଛି ।ଯେପରିକି ମନ୍ଦିରକୁ ଆସୁଥିବା ହବିଷ୍ୟାଳି ମାନେ କୌଣସି ଅସୁବିଧାର ସମୁ୍ଖିନ ନହେବେ ସେନେଇ ସମସ୍ତ ବ୍ୟବସ୍ତା କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now