ଦଳେଇ ଘାଇ ନିକଟରେ ୫୮ ଫୁଟରୁ ଅଧିକ ଜଳସ୍ତର ପ୍ରବାହିତ

Spread the love

ଜଗତସିଂହପୁର ଦଳେଇ ଘାଇ ନିକଟରେ ବିପଦ ସଂକେତ ଟପିଲା ବନ୍ୟା ଜଳ। ଲଗାଣ ବର୍ଷା ପାଇଁ ଦେବୀ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଦଳେଇ ଘାଇ ନିକଟରେ 56 ଫୁଟ ବିପଦ୍ ସଂକେତ ଥିବା ବେଳେ ଏବେ ୫୮ ଫୁଟରୁ ଅଧିକ୍ ଜଳସ୍ତର ପ୍ରବାହିତ ହେବାରେ ଲାଗିଛି। ସେହିପରି ଦେବୀ ନଦୀର ମଣ୍ଡାସାହି ନିକଟ ନଛିପୁର ନଦୀ ବନ୍ଧରେ ଏକ ଘଳିଆ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେପଟେ କୁଜଙ୍ଗ ବଡ ବାଲିକଣି ଗ୍ରାମ ଆଡ଼ି ବନ୍ଧରେ ୨୦ ଫୁଟର ଘାଇ। ଆଜି ସକାଳୁ ଗ୍ରାମ ନିକଟରେ ଥିବା ଆଡ଼ି ବନ୍ଧରେ ଘାଇ ହେବା ଦ୍ୱାରା ଗ୍ରାମ ମଧ୍ୟକୁ ବନ୍ୟାଜଳ ପ୍ରବେଶ କରିଛି। ସେପଟେ ଗ୍ରାମର ଅନ୍ୟ ଏକ ସ୍ଥାନରେ ନଦିବନ୍ଧ ଡେଇଁ ବନ୍ୟାଜଳ ଗ୍ରାମ ମଧ୍ୟରେ ପ୍ରବେଶ କରିଛି। ଏନେଇ ବନ୍ୟାଜଳକୁ ରୋକିବା ପାଇଁ ବାଲିବସ୍ତା ପକାଯାଇଥିବା ସତ୍ତ୍ୱେ ମଧ୍ୟ ବନ୍ୟାଜଳ ଗ୍ରାମ ମଧ୍ୟକୁ ପ୍ରବେଶ କରିଛି। ସେହିପରି କୁଜଙ୍ଗ ଜିଲ୍ଲାନାସି ପଂଚାୟତ ର ଜୟସଙ୍ଖପୁର ନିକଟ ଆଡ଼ି ବନ୍ଧ ରେ ୧୦ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ସାହାରାଡ଼ିଆ , ହରିପୁର ଓ ଭଣ୍ଡୁଆ ଗାଁ ରେ ବନ୍ୟାଜଳ ପଶିଛି।

Leave a Reply

Your email address will not be published. Required fields are marked *