ବଢିଲା ମାଗଣା ବୁଷ୍ଟର ଡୋଜ ଅବଧି

Spread the love

ନୂଆଦିଲ୍ଲୀ: ମାଗଣା ବୁଷ୍ଟର ଡୋଜ ପାଇଁ ସେପ୍ଟେମ୍ବର ୩୦କୁ ସରକାର ଡେଡଲାଇନ ଘୋଷଣା କରିଥିଲେ। ମାଗଣା ବୁଷ୍ଟର ଡୋଜ ଗତ ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଏହାକୁ ସରକାର ପୁଣି ବଢାଇ ଦେଇଛନ୍ତି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ।  

ମାଗଣା ବୁଷ୍ଟର ଡୋଜର ଡେଡଲାଇନ ସରିଥିଲେ ବି ଆଗକୁ ମଧ୍ୟ ଏହି ଯୋଜନା  ଚାଲୁ ରହିବ। ଏ ନେଇ ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଗାମୀ ନିର୍ଦେଶନାମ ନଆସିବ ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ, ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ଭିତରେ ୧ କୋଟି ୨୧ ଲକ୍ଷ ୫୦ହଜାର ବୁଷ୍ଟର ଡୋଜ ଟିକାକରଣ ସରିଛି।

ଟିକକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ଯ୍ୟ କରାଯାଇଥିଲା ତାର ୩୮ପ୍ରତିଶତ ଲୋକଙ୍କ ଟିକାକରଣ ସରିଛି। ଓଡ଼ିଶାରେ ପ୍ରଥମ ଡୋଜ ୯୭% ଓ ଦ୍ଵିତୀୟ ଡୋଜ ୯୧% ପ୍ରତିଶତ କୋଭିଡ ଟିକା ନେଇଛନ୍ତି।  ଯେଉଁଥିପାଇଁ ସଂକ୍ରମଣ ସଂଖ୍ୟା ମଧ୍ୟ କମ ରହିଛି। ଆଗକୁ ପାର୍ବଣ ଆସୁଥିବାରୁ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ସଂକ୍ରମଣ କମିଥିବାରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ପାଇଁ ଲୋକଙ୍କ ଭିତରେ ଥିବା ଆଗ୍ରହ ଏବେ ବୁଷ୍ଟର ଡୋଜ କ୍ଷେତ୍ରରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।  

ତଥାପି ବୁଷ୍ଟର ଡୋଜ ଦେବାରେ ଓଡିଶା ସବୁ ରାଜ୍ୟ ଠାରୁ ଆଗୁଆ ରହିଛି। ମହଜୁଦ ରହିଥିବା 3.5 ଲକ୍ଷ ଟୀକା ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ନିର୍ଦେଶ ଆସିବ ତାକୁ ନେଇ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ।

Leave a Reply

Your email address will not be published. Required fields are marked *