ଗାନ୍ଧୀ ଶିଳ୍ପ ବଜାର ଉଦଘାଟିତ

Spread the love

ପୁରୀ:  ପୁରୀ ବେଳାଭୂମିରେ ଉଦଘାଟିତ ହୋଇଛି ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର। ଶ୍ରୀକ୍ଷେତ୍ର ସୁଚନା ଆନୁକୁଲ୍ୟରେ କେନ୍ଦ୍ର ହସ୍ତ ଶିଳ୍ପ ଆୟୁକ୍ତ ଓ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟର ମିଳିତ ସହଯୋଗରେ ଆୟୋଜନ କରଯାଇଛି ଏହି ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ। ବେଳାଭୂମିରେ ଏହି ପ୍ରଦର୍ଶନୀ ମେଳା ୧୦ ଦିନ ବ୍ୟାପୀ ଜାରି ରହିବ। ରାଜ୍ୟ ହସ୍ତ ଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀ ମେଳାକୁ ଉଦଘାଟନ କରିଥଲେ।

ପୁରୀ ବେଳାଭୁମିରେ ଉଦଘାଟିତ ହୋଇଛି ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର। କେନ୍ଦ୍ର ହସ୍ତ ଶିଳ୍ପ ଆୟୁକ୍ତ ଓ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟର ମିଳିତ ସହଯୋଗରେ ଆୟୋଜିତ ହୋଇଛି  ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର। ରାଜ୍ୟ ହସ୍ତ ଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯକ୍ରମକୁ ଉଦଘାଟନ କରିଥିଲେ। ୧୦ଦିନ ବ୍ୟାପି ପୁରୀ ବେଳାଭୁମିରେ ଏହି ଜାତିୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ।

ଦଶଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଜାତିୟ ପ୍ରଦର୍ଶନୀ ମେଳାରେ ଓଡ଼ିଶା ସମେତ ୨୨ଟି ରାଜ୍ୟର ହସ୍ତକଳା ଓ ହସ୍ତ ଶିଳ୍ପ ଷ୍ଟଲ୍ ଖୋଲାଯାଇଛି। ଆସନ୍ତା ମାର୍ଚ୍ଚ ୧ ତାରିଖରେ ଏହି ପ୍ରଦର୍ଶନୀ ମେଳା ଉଦଯାପିତ ହେବ। ଏହି ମେଳା ପ୍ରତିଦିନ ଦିନ ୧୧ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିବ। ପ୍ରତି ସନ୍ଧ୍ୟାରେ ମନୋରଂଜନ କାର୍ଯ୍ୟକ୍ରମ ର ବ୍ୟବସ୍ଥା ହୋଇଛି। ତେବେ ଉଦଘାଟନ ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ ସେବକ ରାମଚନ୍ଦ୍ର ମହାରଣା, ନନ୍ଦିଘୋଷ ରଥର ବିଶିଷ୍ଟ ରୂପକାର ରାଜେନ୍ଦ୍ର ମହାପାତ୍ର, ସତ୍ୟବାଦୀର ବିଶିଷ୍ଟ ସଙ୍ଗୀତ ଓ ନୃତ୍ୟଗୁରୁ ବଦ୍ରି ନାରାୟଣ ଖୁଣ୍ଟିଆଙ୍କୁ ମନ୍ତ୍ରୀ ରିତା ସାହୁ ସମ୍ବର୍ଦ୍ଧିତ କରିଥଲେ। ବେଳାଭୂମିରେ ଏହି ପ୍ରଦର୍ଶନୀ ମେଳା ୧୦ ଦିନ ବ୍ୟାପୀ ଜାରି ରହିବ। ଭଲ ବ୍ୟବସାୟ ନେଇ ଆଶାବାଦୀ ଅଛନ୍ତି ବ୍ୟବସାୟୀ ।

ଶିବପ୍ରସାଦ ଦାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *