ରିଲିଫକୁ ନେଇ ଗୋଷ୍ଠୀ ସଂଘର୍ଷ

Spread the love

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ମହାନଦୀ-ପାଇକା ଦ୍ୱିପାଞ୍ଚଳରେ ବନ୍ୟା ପରିସ୍ଥିତି ଜଟିଳ ଥିବା ବେଳେ ରିଲିଫ ବାଟମାରଣାକୁ ନେଇ ଗଣ୍ଡଗୋଳ ଓ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି।

କୁଜଙ୍ଗ ବ୍ଲକ ବଡବାଲିକଣି ପଞ୍ଚାୟତ ସରଳୀ ଗ୍ରାମରେ ରିଲିଫ ବାଟମାରଣା ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ସରଳି ଗ୍ରାମରେ ୧୩୫ ପରିବାର ରହୁଥିବା ବେଳେ  ଗ୍ରାମଟି ୧୭ ତାରିଖରୁ ଜଳବନ୍ଦୀ ଅବସ୍ଥାରେ ରହିଛି  । ବନ୍ୟା ଘେରରେ ରହିଥିଲେ ବି କୌଣସି ସାହାଯ୍ୟ ମିଳୁନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି  । ବନ୍ୟା ପୀଡିତ କିଛି ଗ୍ରାମରେ  ଦିନକୁ ଦୁଇଥର ରନ୍ଧାଖାଦ୍ୟ ଦିଆଯାଇଥିବା ବେଳେ  ସରଳି ଗ୍ରାମରେ ୨ ଦିନ ରନ୍ଧା ଖାଇବା ଦେଇ ମିଛ ଫଟୋ ଉଠାଇ ପ୍ରଶାସନକୁ ରିପୋର୍ଟ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏହି ଘଟଣା ସମ୍ପର୍କରେ ପ୍ରତିବାଦ କରିବାରୁ ସରପଞ୍ଚଙ୍କ ସମର୍ଥକ ଓ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା ।

ମହାନଦୀ-ପାଇକା ଦ୍ୱିପାଞ୍ଚଳର ତଳମୁଣ୍ଡରେ ଥିବା କୁଜଙ୍ଗ ବ୍ଲକର ବଡବାଲିକଣି ପଞ୍ଚାୟତର ୬ଟି ଗ୍ରାମର ପାଖାପାଖୀ ୯ ଶହ ପରିବାର  ବନ୍ୟା ପ୍ରଭାବିତ ହୋଇଛନ୍ତି ହେଲେ ଲୋକଙ୍କ ପାଖରେ ଠିକରେ ରିଲିଫ ଖାଦ୍ୟ ପହଞ୍ଚିପାରୁନଥିବା ବେଳେ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।

ପ୍ରମୋଦ ଦାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *