ଗଞ୍ଜାମ: ବୁଗୁଡା ବନାଞ୍ଚଳରେ ବାରାହା ଉପଦ୍ରବ। ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ଅଧିନରେ ଥିବା ହଜାର ହଜାର ଏକର ଜମିରେ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି ବାରାହା। ଏନେଇ ଚାଷୀମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ନେଉନାହିଁ ବୁଗୁଡା ବନବିଭାଗ। ଚାଷୀଙ୍କ ଅଭିଯୋଗକୁ ଭିତିକରି ବୁଗୁଡା ବନଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ବାରାହା ଉପଦ୍ରବ ପାଇଁ କୌଣସି ଖବର ଆମ ପାଖରେ ନାହିଁ। ଏଥିସହ ସେ କହିଛନ୍ତି ଯଦି ଚାଷୀ ବାରାହାଙ୍କୁ ଶିକାର କରନ୍ତି ତାହାହେଲେ ଚାଷୀଙ୍କ ବିରୋଧରେ ନିୟମାନୁଯାଇ କାର୍ଯ୍ୟାନୁଷ୍ଟାନ ନିଆଯିବା ସହ ଗିରଫ ମଧ୍ୟ କରାଯିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now