ହିଞ୍ଜିଳିକାଟୁ ଏସଡିଓ ଏବଂ ପିତଳ ସେକ୍ସନ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

Spread the love

ଗଞ୍ଜାମ : ହିଞ୍ଜିଳିକାଟୁ ବିଦ୍ୟୁତ ଉପଖଣ୍ଡ ଅଧିକାରୀ (ଏସଡିଓ) ଓ ପିତଳ ସେକ୍ସନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବିଦ୍ୟୁତ ଉପଭୋକ୍ତା ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ ସଂଯୋଗ ଦେବା ପୂର୍ବରୁ ଏହି ଅଧିକାରୀ ଦ୍ଵୟ ଉପଭୋକ୍ତାଙ୍କ ଘରକୁ ଯାଇ ଠିକ୍ ଭାବେ ୱାରିଙ୍ଗ ହୋଇଛି କି ନାହିଁ ଓ ଆର୍ଥିଙ୍ଗ କରାଯାଇଛି କି ନାହିଁ ତାର ପରୀକ୍ଷା ନିରିକ୍ଷା ନକରି ତଳିଆ କର୍ମଚାରୀଙ୍କ କଥାରେ ବିଦ୍ୟୁତ ସଂଯୋଗ ଦେଉଛନ୍ତି । ତଳିଆ କର୍ମଚାରୀମାନେ ଉପଭୋକ୍ତାଙ୍କ ଠାରୁ ପାଉଣା ନେଇ କୌଣସି ତୃଟି ବିଦ୍ୟୁତ ଥିଲେ ମଧ୍ୟ ଠିକ ଅଛି ବୋଲି ଅଧିକାରୀଙ୍କୁ ସୂଚନା ପ୍ରଦାନ କରି ବିଦ୍ୟୁତ ସଂଯୋଗ ଦେଉଛନ୍ତି । ଫଳରେ ଜନସାଧାରଣ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ସପ୍ତାହରେ ପିତଳର ଚାରି ଓ ଛଅ ଅଂଗନବାଡି କେନ୍ଦ୍ରରେ ଆର୍ଥିଙ୍ଗ ସଂଯୋଗ ହୋଇନଥିଲେ ମଧ୍ୟ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଛି । ଏହା ଶିଶୁଙ୍କ ପାଇଁ ବିପଦଜନକ ଅବସ୍ଥା ସୃଷ୍ଟି କରିଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଘଟଣାର ତୁରନ୍ତ ତଦନ୍ତ କରି ସଂପୃକ୍ତ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଶେରଗଡ ବିଡିଓ ସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ପ୍ରଥମେ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *