ଟ୍ରାକ୍ଟର ଓଲଟି ଚାଷୀ ମୃତ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ନୂଆଟାଙ୍ଗଣ ଗ୍ରାମ ନିକଟସ୍ଥ ଏକ ବିଲରେ ଗତକାଲି ରାତି ସାଢ଼େ ୯ଟା ସମୟରେ ଜଣେ ଚାଷୀ ଟ୍ରାକ୍ଟରରେ ଚାଷ କରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡିବା ଫଳରେ ଚାଷୀ ତଥା ଚାଳକ ଧୋବା ସାହୁ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ତାରାସିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଚାଷୀଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡିକାଲକୁ ପଠାଇଛନ୍ତି । ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *