ଫେରାର୍ ଅପରାଧୀ ସୁଶାନ୍ତ ଶତପଥୀ ପଳାତକ ଘୋଷିତ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଗୌଡସାହିର ବାସିନ୍ଦା ସୁଶାନ୍ତ ଶତପଥୀଙ୍କ ଘରେ ପହଞ୍ଚିଛି ପୋଲିସ । ଏକ ମାମଲାରେ ଅଭିଯୁକ୍ତ ଥାଇ ସୁଶାନ୍ତ ଫେରାର୍ ଥିବା ବେଳେ ମାସକ ମଧ୍ୟରେ କୋର୍ଟରେ ହାଜର ନହେଲେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାର ସମସ୍ତ ସମ୍ପତି ବାଜ୍ୟାପ୍ତି ହେବ ବୋଲି ପୋଲିସ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଇବା ସହ ଡ଼େଙ୍ଗୁରା ଦେଇଛି । ଏପରିକି ଅଭିଯୁକ୍ତର ଘର କାନ୍ଥରେ ମଧ୍ୟ ନୋଟିସ୍ ମରାଯାଇଛି ।

ସୂଚନା ମୁତାବକ, ଏକ ଲୁଟ୍ ମାମଲାରେ ଅଭିଯୁକ୍ତ ଭାବେ ସୁଶାନ୍ତ ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲା । କୋର୍ଟରେ ଜାମିନ୍ ନାମାଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ପରବର୍ତି ସମୟରେ ସେ ସର୍ତମୂଳକ ଜାମିନ୍ ପାଇ ଜେଲ୍ ରୁ ମୁକୁଳି ଥିଲେ । କିନ୍ତୁ, ଉକ୍ତ ମାମଲାର ବିଚାରଣା ବେଳେ ସେ କୋର୍ଟରେ ହାଜର ନହେବାରୁ ତା ବିରୋଧରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରୀ ହୋଇଥିଲା । ହେଲେ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇନଥିଲା । ଶେଷରେ କୋର୍ଟ ସୁଶାନ୍ତକୁ ପଳାତକ ଘୋଷଣା କରିବା ସହ ତା ଘର ସମ୍ମୁଖରେ ଏନେଇ ଡ଼େଙ୍ଗୁରା ଦିଆଯାଇଛି ।

Leave a Reply

Your email address will not be published. Required fields are marked *