ବହୁ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ବଞ୍ଚିତ

Spread the love

ଗଞ୍ଜାମ : ଓଡ଼ିଶାର ବହୁ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ପ୍ରଦତ ପୋର୍ଟାଲରେ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମର ନାମ ଉଲ୍ଲେଖ ରହିଛି । କେବଳ ଏହି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବ୍ୟତିତ ଅନ୍ୟ ସାମ୍ବାଦିକ ମାନେ ଆବେଦନ କରିପାରିବେ ନାହିଁ । ଫଳରେ ଆହୁରି ଅନେକ ଗଣମାଧ୍ୟମରେ ଦୀର୍ଘ ୧୫ରୁ ୨୦ ବର୍ଷ ଧରି କର୍ତବ୍ୟରତ ସାମ୍ବାଦିକ ମାନେଏହି ଯୋଜନାରୁ ବାଦ ପଡି ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏଥିରେ ସର୍ବଭାରତୀୟ ସ୍ତରୀୟ ହିନ୍ଦୁସ୍ଥାନ ସମାଚାର ଭଳି ନିଉଜ ଏଜେନ୍ସିର ଓଡ଼ିଶାର ପ୍ରତିନିଧି ମାନେ ବାଦ ପଡୁଥି୍ୱା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ରାଜ୍ୟ ସରକାର ଘଟଣାର ତଦନ୍ତ କରି ଓଡ଼ିଶାର ସମସ୍ତ ସାମ୍ବାଦିକଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଗଞ୍ଜାମ ଜିଲ୍ଲା ଓୟୁଡ୍ୱଲ୍‌ଯୁଜେ ସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *