ପଙ୍କଜ ଗୌଡ଼ ହତ୍ୟା ମାମଲା, ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି

Spread the love

ଗଞ୍ଜାମ : ଗତ ଜାନୁଆରୀ ୨୦ ତାରିଖରେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷାଙ୍କ ଭଣଜା ପଙ୍କଜ ଗୌଡ଼ଙ୍କୁ ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା ବେଳେ ମାମଲାରେ ଜଡ଼ିତ ଅନ୍ୟ ୩ ଜଣଙ୍କୁ ଆଜି ଘଟଣାର ୬ ମାସ ପରେ ପୋଲିସ ଗିରଫ କରିଛି । ଫଳରେ ମାମଲାରେ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଗିରଫ ବ୍ୟକ୍ତିମାନେ ହେଲେ ଭାଗ୍ୟ ଗୌଡ଼, କାଳୁ ଗୌଡ଼, ପ୍ରକାଶ ଗୌଡ଼ । ଏ ସମ୍ପର୍କରେ ଥାନା କେସ୍ ନଂ ୧୭/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଥିବା ନେଇ ବେଗୁନିଆପଡା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *