ସିଟି ହସପିଟାଲରେ ରୋଗୀଙ୍କୁ ମିଳୁନି ଔଷଧ

ଗଞ୍ଜାମ : ବ୍ରହ୍ମପୁର ସିଟି ହସପିଟାଲ ଉପରେ ଜିଲାର ଅର୍ଦ୍ଧାଧିକ ଜନସାଧାରଣ ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । କିନ୍ତୁ, ଡାକ୍ତର ରୋଗୀଙ୍କ ପାଇଁ ଯେଉଁ ସାଧାରଣ ଔଷଧ ଲେଖନ୍ତି ସେସବୁ ଔଷଧ ଡାକ୍ତରଖାନାରେ ମିଳୁନାହିଁ । ଡାକ୍ତର ତିନି ଚାରି ପ୍ରକାର ଔଷଧ ରୋଗୀଙ୍କୁ ଲେଖିଲେ ମାତ୍ର ଗୋଟିଏ କିମ୍ବା ଦୁଇଟି ଔଷଧ ଦିଆଯାଉଛି । ଅନ୍ୟ ଔଷଧ ବାହାରୁ କିଣିବାକୁ କୁହାଯାଉଛି । ଏପରିକି ବରିଷ୍ଠ ନାଗରିକ ମାନଙ୍କୁ ସାଧାରଣ ଉଚ୍ଚ ରକ୍ତଚାପ ପାଇଁ ଔଷଧ ଦିଆନଯାଇ ବାହାରୁ କିଣିନେବାକୁ କୁହାଯାଉଛି । ଫଳରେ ଏଠାକୁ ଆସୁଥିବା ରୋଗୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ସିଡିଏମଓ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *