କୃମିନାଶକ ଔଷଧ ବଣ୍ଟନ କର୍ମଶାଳା

Spread the love

ଗଞ୍ଜାମ : ବୁଗୁଡ଼ା ବଳଦେବ ସ୍ଵାମୀ କଲ୍ୟାଣମଣ୍ଡପରେ ସ୍ଵେଚ୍ଛାସେବୀ ସଙ୍ଗଠନ ଇଣ୍ଡିଆ ପକ୍ଷରୁ ଏକ ଦିନିକିଆ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଦେଶକ କୁମୁଦ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅତିଥି ଭାବେ ବଂଶୀଧର ନାୟକ ଓ ରଘୁନାଥ ସାହୁ ଯୋଗ ଦେଇଥିବା ବେଳେ ଏଞ୍ଜେଲସ ଇଣ୍ଡିଆର ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ଦିନବନ୍ଧୁ ମହାରଣା ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ ।

ଏହି କର୍ମଶାଳାରେ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଅପପୃଷ୍ଟି ଦୂରିକରଣ ପାଇଁ ଅତିରିକ୍ତ ପୋଷଣ ଉପଚାର କାର୍ଯ୍ୟକ୍ରମରେ ନିୟୋଜିତ କର୍ମୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ବୁଗୁଡ଼ା, ପୋଲସରା ଓ ଜଗନ୍ନାଥପ୍ରସାଦ ଆଦି ବ୍ଲକର ଦଳିତ ଓ ଆଦିବାସୀ ପରିବାରର ଶିଶୁ ମାନଙ୍କୁ ଭିଟାମିନ୍ -ଏ ଏବଂ କୃମିନାଶକ ବଟିକା ବଂଟନ କରାଯିବା ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *