କଳା ବ୍ୟାଚ୍ ପିନ୍ଧି ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପ୍ରତିବାଦ

Spread the love

ଗଞ୍ଜାମ : ବିଭିନ୍ନ ଦାବି ନେଇ ଗ୍ରାମ୍ୟ କୃଷି କର୍ମଚାରୀ କଳା ବ୍ୟାଚ୍ ପିନ୍ଧି ଆଜି ଠାରୁ ପ୍ରତିବାଦ ଆରମ୍ଭ କରିଛନ୍ତି । ଗ୍ରାମ୍ୟ କୃଷି କର୍ମଚାରୀ ବଦଳରେ କୃଷି ସମ୍ପ୍ରସାରଣ ଅଧିକାରୀ, ଗ୍ରେଡ୍ ପେ କୁ ୨୦୦୦ ଟଙ୍କାରୁ ୪୨୦୦ କୁ ବୃଦ୍ଧି, ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ସହ ୬ ବର୍ଷ ଚୁକ୍ତିଭିତିକ ସମୟ ସୀମାକୁ ମୂଳ ଚାକିରୀରେ ଗଣନା, ଚାକିରୀ କାଳ ମଧ୍ୟରେ ୩ରୁ ୪ଟି ପଦୋନ୍ନତି ସମେତ ବିଭିନ୍ନ ଦାବି ନେଇ ଛତ୍ରପୁର କୃଷି ସୂଚନା ପରାମର୍ଶ କେନ୍ଦ୍ର ଠାରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ, ଗଞ୍ଜାମ ଶାଖା ସମ୍ପାଦକ ବୈରାଗୀ ସ୍ୱାଇଁ, ମୌସୁମୀ ବେହେରା, ନିହାରିକା ପଣ୍ଡା ଓ ଏସ. ରୋଜାଲିନ୍ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *