ବିଦ୍ୟୁତ ସଂଯୋଗ ଦେବାରେ କାଳକ୍ଷେପଣ ନୀତି

Spread the love

ଗଞ୍ଜାମ : ହିଞ୍ଜିଳିକାଟୁ ବିଦ୍ୟୁତ ଉପଖଣ୍ଡରେ ଗ୍ରାହକମାନଙ୍କୁ ବିଦ୍ୟୁତ ସଂଯୋଗ ଦେବାରେ ପାଉଣା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ହଇରାଣ ଓ ହଟହଟା କରି କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଜଣାପଡିଛି । ବହୁ ଉପଭୋକ୍ତା ଦୀର୍ଘ ଦିନ ହେଲା ନିଜ ଘରେ ଠିକ୍ ଭାବେ ୱାରିଗଂ କରି ବିଦ୍ୟୁତ ଦେୟ ପୈଠକରିଥିଲେ ମଧ୍ୟ ସଂଯୋଗ ପାଇଁ ଅପେକ୍ଷାକରି ନୈରାଶ୍ୟ ପ୍ରକାଶ କରିଛନ୍ତି । ପିତ୍ତଳ ବଡସାହିର ଜଣେ ଦଳିତ ସେଠୀ ପରିବାରର ବ୍ୟକ୍ତି ଘରେ ଦୀର୍ଘ ଦିନ ହେଲା ନିୟମ ଅନୁଯାୟୀ ୱାରିଗଂ କରି ବିଦ୍ୟୁତ ଦେୟ ପୈଠକରି ସଂଯୋଗପାଇଁ ଅପେକ୍ଷା କରି ବସିଛନ୍ତି । ତେବେ ତାକ ଘରକୁ ବିଦ୍ୟୁତ ସଂଯୋଗ କରାଯାଉନାହିଁ । ଏପରି ଅନେକ ବ୍ୟକ୍ତିଙ୍କୁ ନିରାଶ କରାଯାଉଥିବା ଅଭିଯୋଗ ହେଉଛି । ବିଦ୍ୟୁତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି । ତୁରନ୍ତ ଏହାର ସମାଧାନ ନହେଲେ ଜନଆନ୍ଦୋଳନ ସୃଷ୍ଟିହେବାର ଆଶଙ୍କା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *