ଅଗଷ୍ଟ ୯ ରେ ଗୋକର୍ଣ୍ଣପୁର ପଞ୍ଚାୟତ ସମିତି ସଭ୍ୟ ଉପନିର୍ବାଚନ

Spread the love

ଗଞ୍ଜାମ : ଆସନ୍ତା ଅଗଷ୍ଟ ମାସ ୯ ତାରିଖରେ ଦିଗପହଣ୍ଡି ବ୍ଲକ ଅଧିନ ଗୋକର୍ଣ୍ଣପୁର ପଞ୍ଚାୟତର ସମିତି ସଭ୍ୟ ପଦବି ପାଇଁ ଉପନିର୍ବାଚନ ହେବ । ଏଥିପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ରାଜ୍ୟ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ପ୍ରକାରେ ନିର୍ଦ୍ଧାରିତ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ଅଗଷ୍ଟ ୧୧ ତାରିଖରେ ଭୋଟ୍ ଗଣତି ଓ ୧୪ ତାରିଖରେ ଫଳାଫଳ ଘୋଷଣା ହେବ । ଏଥିପାଇଁ ଚଳିତ ମାସ ୧୦ ତାରିଖରେ ବ୍ଲକ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଚଳିତ ମାସ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ୧୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍ ଓ ୨୦ ତାରିଖ ଅପରାହ୍ନ ୩ଟାରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ପ୍ରକାଶ ଥାଉ କି, ଗତ ବର୍ଷ ପଞ୍ଚାୟତ ନିର୍ବାଚନରେ ଗୋକର୍ଣ୍ଣପୁର ସମିତି ସଭ୍ୟ ଭାବେ ସୁନିତା ସେଠୀ ନିର୍ବାଚିତ ହୋଇଥିଲେ । ସେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । କିନ୍ତୁ, ଗତ ମାସ ୧୧ ତାରିଖରେ ତାଙ୍କର ଅକାଳ ବିୟୋଗରେ ସମିତି ସଭ୍ୟ ପଦବୀ ଖାଲି ପଡିଛି।

Leave a Reply

Your email address will not be published. Required fields are marked *