ଗୋପବନ୍ଧୁ ଜୟନ୍ତୀରେ ଚଳଚଂଚଳ ସୁଆଣ୍ଡ

Spread the love

ଭୁବନେଶ୍ବର:  ପବିତ୍ର ଗୋପବନ୍ଧୁ ଜୟନ୍ତୀରେ ଚଳଚଂଚଳ ହୋଇ ଉଠିଥିଲା ତାଙ୍କ ଜନ୍ମ ସ୍ଥାନ ସୁଆଣ୍ଡ ଗ୍ରାମ । ସ୍ୱେଛାସେବୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳର ନେତାମାନେ ଗୋପବନ୍ଧୁଙ୍କ ୧୪୫ ତମ ଜନ୍ମଜୟନ୍ତୀକୁ ବେଶ ଧୁମଧାମର ସହିତ ପାଳନ କରିଛନ୍ତି ।

ଗୋପବନ୍ଧୁଙ୍କ ଜୟନ୍ତୀରେ ଚଳଚଂଚଳ ହୋଇପଡିଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ସୁଆଣ୍ଡ ଗ୍ରାମ । କୁନି କୁନି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି  ବହୁ  ସମାଜସେବୀ, ସ୍ୱଚ୍ଛାସେବୀ ଅନୁଷ୍ଠାନ ମାନେ ସାମିଲ ହୋଇଥିଲେ । ଜିଲ୍ଲା ର ବରିଷ୍ଠ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅନେକ କର୍ମକର୍ତ୍ତା ପହଂଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗୋପବନ୍ଧୁ ଙ୍କ ଜନ୍ମପୀଠର ଉନ୍ନତି ହେବା ସହ ଏହାର ପ୍ରଚାର ପ୍ରସାର ହେବା ଦରକାର ବୋଲି କହିଛନ୍ତି କୋରାପୁଟ ମୁକ୍ତ ବିଶ୍ୱବିଦ୍ୟାଳୟ ର ଅତିରିକ୍ତ କୁଳପତି I

ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ସମାଧି ପୀଠ ରେ  ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ବିଜେପି ନେତା ଓମପ୍ରକାଶ ମିଶ୍ର ସମାଧି ପିଠରେ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ I  ଏହି ପବିତ୍ର ଦିନରେ ବିଜେଡି ପଞ୍ଚସଖା ପଡ଼ିଆରୁ ପଦଯାତ୍ରା ଆରମ୍ଭ ହୋଇ ଗୋପବନ୍ଧୁଙ୍କ ଗ୍ରାମ ସୁଆଣ୍ଡୋ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ସାମିଲ ହୋଇଥିଲେ ପିପିଲି ବିଧାୟକ୍ ରୁଦ୍ର ମହାରଥୀ I

ଉତ୍କଳରମଣୀ ଗୋପବନ୍ଧୁଙ୍କର ଜନ୍ମ ଜୟନ୍ତୀକୁ ସମସ୍ତେ  ବହୁ ଆଡମ୍ବର ସହକାରେ  ପାଳନ କରିଛନ୍ତି ।

ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *